Below header

ରାଷ୍ଟ୍ରପତି ଭବେ ପ୍ରଥମ ଥର ଜନ୍ମମାଟି ଆସି ଶିମିଳିପାଳ ବୁଲିବେ ଦ୍ରୌପଦୀ ମୁର୍ମୁ

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା କଡ଼ାକଡ଼ି । ଆଜି ରାଷ୍ଟ୍ରପତିଙ୍କ କାରକେଡ୍‌ ରିହରସାଲ୍‌ କରାଯିବ । ବ୍ଲୁ ବୁକ୍‌ ଅନୁସାରେ ୩୦ଟି ଗାଡ଼ି କାରକେଡରେ ସାମିଲ ହେବେ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ମୁତୟନ ରହିବେ ୫୦ ପ୍ଲାଟୁନ୍‌ ଫୋର୍ସ ।

ମୟୁରଭଞ୍ଜ(କେନ୍ୟୁଜ୍): ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଆସନ୍ତାକାଲିଠାରୁ ମହାମହିମଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ । ରାଇରଙ୍ଗପୁର, ଶିମିଳିପାଳ ଓ ବାରିପଦାରେ ମାରାଥନ୍‌ କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା କଡ଼ାକଡ଼ି । ଆଜି ରାଷ୍ଟ୍ରପତିଙ୍କ କାରକେଡ୍‌ ରିହରସାଲ୍‌ କରାଯିବ । ବ୍ଲୁ ବୁକ୍‌ ଅନୁସାରେ ୩୦ଟି ଗାଡ଼ି କାରକେଡରେ ସାମିଲ ହେବେ । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ମୁତୟନ ରହିବେ ୫୦ ପ୍ଲାଟୁନ୍‌ ଫୋର୍ସ । ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତ । ପ୍ରଥମେ ଜନ୍ମମାଟି ରାଇରଙ୍ଗପୁର ଯିବେ ମହାମହିମ । ରାଷ୍ଟ୍ରପତି ହେବା ପରେ ନିଜ ଜନ୍ମମାଟି ରାଇରଙ୍ଗପୁର ଆସୁଥିବାରୁ ସମସ୍ତେ ଉତ୍ସାହିତ ଅଛନ୍ତି । ଏଇଠାରୁ କାଉନସିଲର ଭାବରେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ସ୍ୱାଧୀନ ପ୍ରାର୍ଥୀ ଭାବରେ ରାଇରଙ୍ଗପୁର ନଗର ପଞ୍ଚାୟତ କାଉନସିଲ୍‌ ଭାବରେ ନିର୍ବାଚିତ ହୋଇଥିଲେ ଦ୍ରୌପଦୀ ମୁର୍ମୁ । ପରେ ବିଜେପିରେ ଯୋଗ ଦେଇଥିଲେ ।

୨୦୦୦ ମସିହାରେ ରାଇରଙ୍ଗପୁର ବିଧାନସଭାରୁ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଦୁଇ ଥର ହୋଇଥିଲେ ବିଧାୟିକା । ବିଜେଡି-ବିଜେପି ମେଣ୍ଟ ସରକାରରେ ସେ ଥିଲେ ମନ୍ତ୍ରୀ । ୫ ତାରିଖରେ ଶିମିଳିପାଳ ପରିଦର୍ଶନରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମୟୂରଭଞ୍ଜ ଜିଲ୍ଲାର ୪ଟି ସ୍ଥାନ ବାଦାମ ପାହାଡ଼, ଦାଣ୍ଡସ, ଯଶିପୁର ଓ ବାରିପଦାଠାରେ ହେଲିପ୍ୟାଡ୍‌ ନିର୍ମାଣ ହୋଇଛି । ବାରିପଦା ସର୍କିଟ ହାଉସଠାରେ ୫ ତାରିଖରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି । ୬ ତାରିଖ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ନିଜ ଜନ୍ମମାଟି ଆସୁଛନ୍ତି ଦ୍ରୌପଦୀ ମୁର୍ମୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.