୩୭୦୦ ଲୋକଙ୍କୁ ଚୂନ ମାରିଲା ଡିଜିଟାଲ ଠକେଇ ନେଟଓ୍ଵର୍କ, EOW ଜାରି କଲା ଚେତାବନୀ

ଫ୍ରଡ ୱେବସାଇଟ ଜରିଆରେ ଚାଲିଛି ଚିଟଫଣ୍ଡ କାରବାର । ଫ୍ରଡ୍ ୱେବସାଇଟ୍ର ୧୧.୯୧ ଲକ୍ଷ ଟଙ୍କା ଫ୍ରିଜ୍ କଲା EOW । ଆମେରିକାରେ ପ୍ରସ୍ତୁତ ୱେବସାଇଟ୍, ହଂକଂରୁ ହେଉଛି ଅପରେଟ୍ । ୩୭୦୦ ଲୋକଙ୍କୁ ଚୂନ ମାରିଛି ଏହି ଫ୍ରଡ ୱେବସାଇଟ ।

ଫ୍ରଡ ୱେବସାଇଟ ଜରିଆରେ ଚାଲିଛି ଚିଟଫଣ୍ଡ କାରବାର । ଫ୍ରଡ୍ ୱେବସାଇଟ୍ର ୧୧.୯୧ ଲକ୍ଷ ଟଙ୍କା ଫ୍ରିଜ୍ କଲା EOW । ଆମେରିକାରେ ପ୍ରସ୍ତୁତ ୱେବସାଇଟ୍, ହଂକଂରୁ ହେଉଛି ଅପରେଟ୍ । ୩୭୦୦ ଲୋକଙ୍କୁ ଚୂନ ମାରିଛି ଏହି ଫ୍ରଡ ୱେବସାଇଟ ।

ବର୍ତ୍ତମାନ EOW ଜାଲରେ ବଡ ଧାରଣର ଡିଜିଟାଲ ଠକେଇ ନେଟୱର୍କ । ମାରାଥନ ଡିଜିଟାଲ ହୋଲ୍ଡିଂଗ୍ସ ନାମକ ଏକ ୱେବସାଇଟ ଜରିଆରେ ଜମାକାରୀଙ୍କୁ ଲୋଭନୀୟ ଅଫର ଦେଇ ଠକୁଥିଲେ । ୧ ହଜାର ଟଙ୍କା ବିନିଯୋଗ କଲେ ୨ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଲାଭ ମିଳିବ ବୋଲି ଜମାକାରୀଙ୍କ କହୁଥିଲେ । ଆମେରିକାରେ ତିଆରି ହୋଇଥିବା ଏହି ୱେବସାଇଟ ହଂକଂରୁ ଅପରେଟ ହେଉଥିଲା । ଭିନ୍ନ ଉପାୟରେ ଲୋକଙ୍କୁ ଠକୁଥିଲା ଏହି ନକଲି ୱେବସାଇଟ ।

ଜମାକାରୀଙ୍କ ୟୁଟୁବରେ ଫେକ ୱେବସାଇଟ ଦ୍ୱାରା ତିଆରି ହୋଇଥିବା ଭିଡିଓକୁ ପ୍ରଥମେ ଲାଇକ କରିବାକୁ କୁହାଯାଉଥିଲା । ଟାସ୍କ ପରେ ଏହାର ସ୍କ୍ରିନସଟକୁ ଟେଲିଗ୍ରାମ ମାଧ୍ୟମରେ ସେମାନଂକୁ ପଠେଇବାକୁ କୁହାଯାଉଥିଲା । ବିଭିନ୍ନ ସମୟରେ ଜମାକାରୀ ପଠେଇଥିବା ଟଙ୍କା ଗୁଡିକ ସେଲ କମ୍ପାନୀର ନକଲି ଆକାଉଣ୍ଟରେ ଜମା ହେଉଥିଲା । ୧୧.୯୧ ଲକ୍ଷ ସହିତ ୩୯.୧୧ କୋଟି ଟଙ୍କା କାରବାରହୋଇଥିଲା । ଯାହା କେବଳ, EOW ଦ୍ୱାରା ଫ୍ରିଜ୍ ହୋଇଥିଲା । ଏହି ଖାତାଗୁଡ଼ିକର ଅଧିକାଂଶରୁ ୩ ଟି ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଥିଲା । HDFC ବ୍ୟାଙ୍କ ସହିତ ଅଧିକ ହୋଇଥିଲା ପରିଚାଳିତ ଯେଉଁଥିରେ ମୋଟ କାରବାର ଅଧିକ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.