Below header

ଆଜି ସନ୍ଧ୍ଯାରେ ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସରିଛି ବ୍ଯାପକ ପ୍ରସ୍ତୁତି ଓ ସୁରକ୍ଷା ବ୍ଯବସ୍ଥା କରାଯାଇଛି କଡାକଡ଼ି

ଭୁବନେଶ୍ବର(କେନ୍ଯୁଜ): ଆଜି ସଂଧ୍ୟା ୬ଟା ୨୫ରେ ଭୁବନେଶ୍ୱରେ ପହଞ୍ଚି ରାଜଭବନରେ ରାତ୍ରିରହଣି କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତାକାଲି ସକାଳେ ରାଉରକେଲା ଗସ୍ତ କରିବେ । ସକାଳ ୧୦ଟା ୫୫ ମିନିଟରେ ଏନଆଇଟି ରାଉରକେଲାର ୧୮ ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଅପରାହ୍ଣ ୩ଟା ୪୫ରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଯାଇ ସେଠାରେ ସୁପର ସ୍ପେଶାଲିଟି ହସ୍ପିଟାଲର ଉଦ୍ଘାଟନ କରିବେ ।

ସଂଧ୍ୟାରେ ଭୁବନେଶ୍ୱର ଫେରି ରାଜଭବନରେ ରାତ୍ରିଯାପନ କରିବେ । ୨୨ତାରିଖ ସକାଳେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ରହିଛି । ସକାଳ ୯ଟା ୫ରୁ ୯ଟା ୪୫ ମଧ୍ୟରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ । ରାଷ୍ଟ୍ରପତିଙ୍କ ଦର୍ଶନ ପାଇଁ ସେବାୟତ, କୌଳିକ ପଣ୍ଡା ଓ ଶ୍ରୀମନ୍ଦିର କର୍ମଚାରୀଙ୍କ କୋଭିଡ ଟେଷ୍ଟ କରାଯାଉଛି । ୨୦୧୮ ମାର୍ଚ୍ଚ ୧୮ରେ ପୁରୀ ଆସି ମହାପ୍ରଭୁ ଜଗନ୍ନାଥଙ୍କ ଆଶିଷ ଲାଭ କରିଥିଲେ ରାଷ୍ଟ୍ରପତି । ପୁଣି ଥରେ ଆସୁଥିବାରୁ ବେଶ ଉତ୍ସାହିତ ଅଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କୌଳିକ ପଣ୍ଡା । ପୁରୀ ଗସ୍ତ ସାରି କୋଣାର୍କ ଯାଇ ସୂର୍ଯ୍ୟମନ୍ଦିର ଦର୍ଶନ କରିବେ । ପରେ ଇଣ୍ଡିଆନ ଅଏଲ ଫାଉଣ୍ଡେସନ ଟ୍ରଷ୍ଟ ଇଣ୍ଟରପ୍ରିଟେସନ୍ ସେଣ୍ଟର ପରିଦର୍ଶନ କରିବେ । କୋଭିଡ ସମୟରେ ରାଷ୍ଟ୍ରପତିଙ୍କ ଗସ୍ତ ଥିବାରୁ କୋଭିଡ ଗାଇଡ ଲାଇନ ଅନୁଯାୟୀ ସମସ୍ତ କାଯ୍ୟର୍କ୍ରମର ଆୟୋଜନ କରାଯାଉଛି । ଭୁବନେଶ୍ୱର, ରାଉରକେଲା, ପୁରୀ ଓ କୋଣାର୍କରେ ବ୍ୟାପକ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଛି ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.