ମଝିଆକାଶରେ ହେଲିକପ୍ଟରରେ ଲାଗିଗଲା ବ୍ୟକ୍ତିଙ୍କ ପାରାସୁଟ୍‌, ଏମିତି ଜୀବନ ବଞ୍ଚାଇଲେ ଯବାନ; ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପ୍ରାୟତଃ କିଛି ନା କିଛି ଏଭଳି ଭିଡିଓ ଭାଇରାଲ ହୋଇଥାଏ, ଯାହା ଆମକୁ ଆଶ୍ଚର୍ଯ୍ୟ ଚକିତ କରିଦିଏ। ସେଭଳି ଏକ ଭିଡିଓ ଏବେ ଖୁବ୍‌ ସେୟାର କରାଯାଉଛି, ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ପାରାସୁଟ୍‌ ହେଲିକପ୍ଟରରେ ଲାଗିଯାଇଥିବା ଦେଖାଯାଇଛି। ରିପୋର୍ଟ ମୁତାବକ, ଏହି ଘଟଣା ୧୮ ମାର୍ଚ୍ଚରେ ରୁଷର ଜାବେକାଲ୍‌ସ୍କି କ୍ରାଏ ଅଞ୍ଚଳ କଶତକ୍‌ ଗାଁରେ ଘଟିଛି। ତେବେ ଭିଡିଓରେ ଦେଖାଯାଇଛି ଯେ ଉକ୍ତ ବ୍ୟକ୍ତିଙ୍କ ଅବସ୍ଥା ଦେଖି ଧୀରେ ଧୀରେ ହେଲିକପ୍ଟର ଲ୍ୟାଣ୍ଡ୍‌ କରୁଛି।

ଦେଖନ୍ତୁ ଭିଡିଓ:

Image Credit: World Apocalypse

ଏହି ଭିଡିଓକୁ ମ୍ୟାକ୍ସିମ୍‌ ଷ୍ଟେଫନୋବିଚ୍‌ ନାମକ ଜଣେ ସ୍ଥାନୀୟ ବ୍ୟକ୍ତି ନିଜ କ୍ୟାମେରାରେ କଏଦ କରିଛନ୍ତି। ଏନେଇ ସେ ତୁରନ୍ତ ପୋଲିସ ଓ ସେନାକୁ ସୂଚନା ଦେଇଥିଲେ। ପରେ ସେ ଏହି ଭିଡିଓ କ୍ଲିପ୍‌କୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ଭିଡିଓ ତିଆରି କରିବା ବେଳେ ବ୍ୟକ୍ତି ଜଣକ ଭାବୁଥିଲେ ବୋଧେ ଝୁଲିଥିବା ବ୍ୟକ୍ତି ସୈନ୍ୟବାହିନୀର ଜଣେ ସଦସ୍ୟ ଓ କିଛି ନୂଆ କଳା କୌଶଳ ଦେଖାଉଛନ୍ତି। କିନ୍ତୁ ଯେତେବେଳେ ସେ କ୍ୟାମେରାକୁ ଜୁମ୍‌ କଲେ, ସେତେବେଳେ ଜାଣିବାକୁ ପାଇଲେ ଯେ ବ୍ୟକ୍ତି ମଝି ଆକାଶରେ ଫସିଯାଇଛନ୍ତି।

ସେ କହିଛନ୍ତି, ମୁଁ ତୁରନ୍ତ ପୋଲିସକୁ ଫୋନ୍‌ କରିଥିଲି ଓ ଖୁବ୍‌ଶୀଘ୍ର ସେନା ସହ ଯୋଗାଯୋଗ କରିବାକୁ କହିଥିଲା। ମୁଁ ଭାବୁଛି ଉକ୍ତ ବ୍ୟକ୍ତିଙ୍କ ଅବସ୍ଥା କେମିତି ଥିବ। କାରଣ ସେତେବେଳେ ଥଣ୍ଡା ପ୍ରବଳ ଥିଲା। ତେବେ ଉକ୍ତ ବ୍ୟକ୍ତି ସୁରକ୍ଷିତ ଭାବେ ତଳେ ଲ୍ୟାଣ୍ଡ କରିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.