ବିବାହ କରିବାକୁ ଯାଉଛନ୍ତି ପ୍ରିୟଙ୍କା ଚୋପ୍ରାଙ୍କ ଏକ୍ସ-ବୟଫ୍ରେଣ୍ଡ ହରମନ୍ ବାୱେଜା, ଫଟୋ ସେୟାର କଲେ ରାଜ୍ କୁନ୍ଦ୍ରା

ମାତ୍ର ହାତ ଗଣତି କେତୋଟି ବଲିଉଡ୍ ଫିଲ୍ମରେ କାମ କରିଥିବା ଅଭିନେତା ହରମନ୍ ବାୱେଜା ଖୁବ୍ଶୀଘ୍ର ହାତକୁ ଦି’ହାତ ହେବାକୁ ଯାଉଛନ୍ତି। ସେ ସାଶା ରାମଚନ୍ଦାନୀଙ୍କୁ ବିବାହ କରିବେ। ତାଙ୍କ କକ୍ଟେଲ୍ ପାର୍ଟିର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପାର୍ଟିରେ ଶିଳ୍ପା ସେଟ୍ଟୀ, ରାଜ କୁନ୍ଦ୍ରାଙ୍କ ସମେତ ବହୁ ସେଲିବ୍ରିଟି ଯୋଗ ଦେଇଥିଲେ। ସେମାନେ ନିଜ ସୋସିଆଲ ମିଡିଆରେ ଏହି ପାର୍ଟିର ଫଟୋ ସେୟାର କରିଛନ୍ତି।

ଇନ୍ଷ୍ଟାଗ୍ରାମ୍ ଷ୍ଟୋରିଜ୍ରେ ରାଜ୍ କୁନ୍ଦ୍ରା ଏକ ଗ୍ରୁପ୍ ଫଟୋ ପୋଷ୍ଟ କରିଛନ୍ତି। ଉକ୍ତ ଫଟୋରେ ହରମନ୍ ଦାଢ଼ି ରଖିଥିବା ଦେଖାଯାଇଛି। ଆମିର ଅଲ୍ଲୀ, ଆଶିଷ ଚୌଧୁରୀ ପ୍ରମୁଖ ବି-ଟାଉନ୍ର ବହୁ ଚର୍ଚ୍ଚିତ ଚେହେରା ମଧ୍ୟ ଏହି ଫଟୋରେ ଅଛନ୍ତି। ଏକ ଭିଡିଓରେ ହରମନ୍ ବାୱେଜା ଡ୍ୟାନ୍ସ କରୁଥିବା ଦେଖାଯାଇଛି।
View this post on Instagram
ହରମନ୍ ଓ ସାଶା ରାମଚନ୍ଦାନୀ ଡିସେମ୍ବର ୨୦୨୨ରେ ଚଣ୍ଡୀଗଡ଼ରେ ନିର୍ବନ୍ଧ କରିଥିଲେ। ଏନେଇ ସର୍ବପ୍ରଥମେ ହରମନ୍ଙ୍କ ଭଉଣୀ ରୋବେନା ସୂଚନା ଦେଇଥିଲେ। ସେ ଏକ ଫଟୋ ସେୟାର କରି ଲେଖିଥିଲେ, ଆପଣ ଦୁଇ ଜଣଙ୍କୁ ଅଭିନନ୍ଦନ। ପରିବାରକୁ ଆପଣଙ୍କୁ ସ୍ୱାଗତ ସାଶା। ଉତ୍ସବ ଆରମ୍ଭ କରିବାକୁ ଅପେକ୍ଷା କରିପାରୁନି, ଆମେ ତୁମକୁ ବହୁତ ଭଲ ପାଉଛୁ’।
View this post on Instagram