ଘରୋଇ ଓ ସରକାରୀ ହଷ୍ଟେଲ ପାଇଁ ଗାଇଡଲାଇନ ଜାରି କଲା ସ୍କୁଲ ଓ ଗଣଶିକ୍ଷା ବିଭାଗ, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ

ଭୁବନେଶ୍ବର (କେ ନ୍ଯୁଜ) : ଦିନକୁ ଦିନ ପୁଣି କରୋନା ବଢିବାକୁ ଲାଗିଲାଣି। ରାଜ୍ଯରେ କରୋନା ଗ୍ରାଫ ବଢୁଥିବା ଯୋଗୁଁ ରାଜ୍ଯ ସରକାର ପଦକ୍ଷେପ ନେଇଛନ୍ତି। ବିଶେଷ କରି ସ୍କୁଲ ଓ କଲେଜ ହଷ୍ଟେଲ ପାଇଁ ଜାରି ହୋଇଛି ଗାଇଡଲାଇନ। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କରୋନା ମୁକାବିଲା ପାଇଁ ଉଭୟ ଘରୋଇ ଓ ସରକାରୀ ହଷ୍ଟେଲ ଲାଗି ଗାଇଡଲାଇନ ଜାରି କରାଯାଇଛି । ଏଯାଏ କୌଣସି ସରକାରୀ ସ୍କୁଲ, କଲେଜ ହଷ୍ଟେଲରେ କରୋନା ସଂକ୍ରମଣ ସାମ୍ନାକୁ ଆସିନାହିଁ । ଘରୋଇ ହଷ୍ଟେଲରେ କିଛି ସ୍ଥାନରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାପରେ ସଂପୃକ୍ତ ହଷ୍ଟେଲକୁ ବନ୍ଦ କରାଯାଇଛି । ଯେଉଁ ଘରୋଇ ହଷ୍ଟେଲରେ କରୋନା ସଂକ୍ରମଣ ଦେଖାଦେଉଛି ସେଠାରେ ଜିଲ୍ଲା ପ୍ରଶାସନକୁ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.