ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ କରୋନା, ମାତ୍ର ୨ ଦିନ ତଳେ ନେଇଥିଲେ କୋଭିଡ୍‌ ଭ୍ୟାକ୍‌ସିନ୍‌

ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ କରୋନା। ପାକିସ୍ତାନର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏନେଇ ଶନିବାର ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ଦୁଇ ଦିନ ତଳେ ଇମ୍ରାନ୍‌ ଖାନ୍‌ କରୋନା ଟିକା ନେଇଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରୀ ଫୈଜଲ ସୁଲତାନ୍‌ ଟ୍ଵିଟ୍‌ କରି ଲେଖିଛନ୍ତି, ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏବେ ସେ ସେଲ୍ଫ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି।

ତେବେ ଇମ୍ରାନ୍‌ ଖାନ୍‌ କରୋନା ପଜିଟିଭ୍‌ ହେବା ଜଣାପଡ଼ିବା ପରେ ଏବେ ସେ ନେଇଥିବା କରୋନା ଭ୍ୟାକ୍‌ସିନ୍‌ର ଗୁଣବତ୍ତା ଓ କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି। ମାତ୍ର ଦୁଇ ଦିନ ତଳେ କରୋନା ଭ୍ୟାକ୍‌ସିନ୍‌ ନେଇଥିଲେ ମଧ୍ୟ ଇମ୍ରାନ୍‌ ଖାନ୍‌ଙ୍କୁ କରୋନା ହେବା ଘଟଣା ଏବେ ଟିକା ଉପରେ ପ୍ରଶ୍ନ ଉଠାଇଛି। ସୂଚନାଯୋଗ୍ୟ ଯେ ଏବେ ସାରା ବିଶ୍ୱରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.