Below header

ପ୍ରସ୍ତୁତ୍ କରନ୍ତୁ ମାର୍କେଟ ଠାରୁ ବି ଭଲ କଷ୍ଟାର୍ଡ ପାଉଡର, ଟେଷ୍ଟରେ ଏକଦମ୍ ଜବରଦସ୍ତ

ଗରମରେ ଆଇସକ୍ରିମ ଏବଂ ଫ୍ରୁଟ୍ କଷ୍ଟାର୍ଡ ଖାଇବାର ମଜା କିଛି ଅଲଗା ପ୍ରକାର ଥାଏ। କେବେ କେବେ ଏମିତି ହୋଇଥାଏ ଯେ ମାର୍କେଟରେ କିଣା ହୋଇଥିବା କଷ୍ଟାର୍ଡ ପାଉଡର ଅଧିକ ଦିନ ଧରି ରହେନାହିଁ। ସେହିପରି ଅନେକ କଷ୍ଟାର୍ଡ ପାଉଡରରେ ଫୁଡ୍ କଲର ବି ବହୁତ ଅଧିକ ମିଶ୍ରଣ କରାଯାଇଥାଏ। ଯେଉଁଥିପାଇଁ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ। ତେଣୁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ହୋମ ମେଡ୍ କଷ୍ଟାର୍ଡ ପାଉଡର ବା ପ୍ରାକୃତିକ କଷ୍ଟାର୍ଡ ପାଉଡର। ତେବେ ଆସନ୍ତୁ ଜାଣିବା ଏହାର ରେସିପି।

ଆବଶ୍ୟକ ସାମଗ୍ରୀ

  • ୧ କପ୍ ଚିନି
  • ୧/୪ କପ୍ କାଜୁ
  • ୧/୪ କପ୍ ମିଲ୍କ ପାଉଡର
  • ୧ କପ୍ କର୍ଣ୍ଣ ଫ୍ଲୋର
  • ୧/୪ ଚାମଚ୍ ହଳଦିଆ ଫୁଡ୍ କଲର
  • ୧/୪ ଚାମଚ୍ ଅଳେଇଚ ପାଉଡର (ଚାହିଁଲେ ପକାଇପାରିବେ ନପକାଇପାରିବେ)

ପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ ଗ୍ରାଇଣ୍ଡର ଜାରରେ ଚିନି, କାଜୁ, ଅଳେଇଚ ପାଉଡର, ମିଲ୍କ ପାଉଡର, କର୍ନଫ୍ଲୋର ଏବଂ ଫୁଡ୍ କଲର ପକାଇ ଗ୍ରାଇଣ୍ଡିଂ କରିଦିଅନ୍ତୁ।
  2. ଏବେ ପାଉଡରକୁ ଏକ କାଚ କଣ୍ଟେନରରେ ଭରିଦିଅନ୍ତୁ।
  3. ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର କଷ୍ଟାର୍ଡ ପାଉଡର। ଏହାକୁ ୬-୭ ମାସ ଷ୍ଟୋର କରି ମଧ୍ୟ ରଖିପାରିବେ।

ନୋଟ୍ : ଆପଣ ଚାହିଁବେ ତ କର୍ନଫ୍ଲୋର ଯାଗାରେ ଚାଉଳ ଅଟାର ମଧ୍ୟ ବ୍ୟବହାର କରିପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.