କଟକ: ଘରୋଇ ବସରୁ ୮୦ କେଜି ଗଂଜେଇ ଜବତ, କଣ୍ଡକ୍ଟର ସମେତ ୪ ଗିରଫ

କଟକ(କେନ୍ୟୁଜ୍):  ଯାତ୍ରୀବାହୀ ବସରେ ଗଞ୍ଜେଇ ଚାଲାଣ । ଏକ ଘରୋଇ ବସରୁ ୮୦ କେଜି ଗଂଜେଇ  ଜବତ ହୋଇଛି । ଶାନ୍ତିଲତା ବସର କଣ୍ଡକ୍ଟର ସମେତ ୪ ଜଣଙ୍କୁ ଗିରଫ କରିଛି ଅବକାରୀ ସ୍କ୍ଵାଡ । ବସଟି ବ୍ରହ୍ମପୁରରୁ କୋଲକାତା ଅଭିମୁଖେ ଯାଉଥିବା ବେଳେ ବାଲିକୁଦା ଛକରୁ ପିଛା କରିଥିଲା ସ୍କ୍ଵାଡ । କଟକ ଓଏମପି ଛକରେ ବସକୁ ଅଟକାଯାଇଥିଲା ।

ଜବତ ଗଞ୍ଜେଇର ମୂଲ୍ୟ ୯ ଲକ୍ଷ ଟଙ୍କାରୁ ଅଧିକ ହେବ । ଆବଶ୍ୟକ ପଡିଲେ ବସ ସିଜ୍‌ କରାଯିବ ବୋଲି କହିଛି ଅବକାରୀ ବିଭାଗ । ଅନେକ ବସରେ ନିୟମିତ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ହେଉଥିବା ସନ୍ଦେହ କରିଛି ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.