ସଂପର୍କୀୟ ଜାମିନରେ ନନେବାରୁ ବ୍ଲେଡରେ ଗୁପ୍ତାଙ୍ଗକୁ କାଟି ଆତ୍ମହତ୍ୟା ଉଦ୍ୟମ କଲେ ବିଚାରାଧୀନ କଏଦୀ

ଧର୍ମଗଡ଼ (କେନ୍ୟୁଜ): ଜେଲରେ ବିଚାରାଧୀନ କଏଦୀର ଆତ୍ମହତ୍ୟା ଉଦ୍ୟମ। ଗୁରୁତର ଅବସ୍ଥାରେ ମେଡିକାଲରେ ଚାଲିଛି ଚିକିତ୍ସା। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପକାରାଗାରରେ ଘଟିଛି ଏଭଳି ଅଘଟଣ। ଜୁନାଗଡ଼ ବ୍ଲକ ପୁରୁଣାସର ଗାଁର ଦିଗମ୍ବର ଖମାରି ଯୌତୁକ ନିର୍ଯାତନା ମାମଲାରେ ବିଚାରାଧୀନ କଏଦୀ ଭାବେ ଜେଲରେ ଥିଲେ। ତାଙ୍କୁ ଜାମିନ ମିଳି ସାରିଥିବା ବେଳେ କେହି ସଂପର୍କୀୟ ତାଙ୍କୁ ଜାମିନରେ ନନେବାରୁ ସେ ଗୁପ୍ତାଙ୍ଗକୁ ବ୍ଲେଡରେ କାଟି ହୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଧର୍ମଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।