ଉଚ୍ଚ ରକ୍ତଚାପରୁ ମୁକ୍ତି ଦେବ ମେହନ୍ଦୀ (ମଞ୍ଜୁଆତି) ପତ୍ର, ଏହାସହ ଦୂର କରେ ଶରୀରର ଅନେକ ସମସ୍ୟା
ମେହନ୍ଦୀ ପତ୍ର ବା ମଞ୍ଜୁଆତି ପତ୍ର ଆପଣଙ୍କ ବାଡିରେ ନିଶ୍ଚିତ ରହିଥିବ। ମେହନ୍ଦୀ ହାତରେ ଲଗାଇବା ଦ୍ୱାରା ହାତର ଆକର୍ଷଣ ବଢିଥାଏ। ଏହାକୁ ସବୁ ଯୁବତୀ ବିଭିନ୍ନ ପୂର୍ବପର୍ବାଣୀରେ ହାତରେ ଲଗାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ମେହନ୍ଦୀ ପତ୍ରର ଅନେକ ଶାରୀରିକ ଫାଇଦା ରହିଛି, ତାହା ବହୁତ କମ୍ ଲୋକ ଜାଣିଥିବେ। ଏହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ମେହନ୍ଦୀର ପ୍ରୟୋଗ ବିଶେଷ ଭାବେ ଔଷଧୀୟ କାର୍ଯ୍ୟରେ ହୋଇଥାଏ। ଏହାକୁ ବ୍ୟବହାର କରିବା ଦ୍ୱାରା ତ୍ୱଚା ରୋଗ, ଅସ୍ଥି ରୋଗରୁ ଆରାମ ମିଳିଥାଏ। ଆୟୁର୍ବେଦରେ ମେହନ୍ଦୀକୁ ଉତ୍ତମ ମନାଯାଏ ଏବଂ ଏହାର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ହୁଏନାହିଁ। ଆସନ୍ତୁ ଜାଣିବା କ’ଣ ରହିଛି ଏହାର ଅନ୍ୟ ଫାଇଦା :
– ରାତିରେ ଶୋବା ପୂର୍ବରୁ ମେହନ୍ଦୀ ପତ୍ରକୁ ଗୁଣ୍ଡ କରି ପାଣିରେ ପକାଇ ରଖନ୍ତୁ। ଏହାକୁ ସକାଳୁ ଛାଣି ୨୦୦ ଗ୍ରାମର ପିଅନ୍ତୁ। ଏପରି କରିଲେ ମୁଣ୍ଡବ୍ୟଥା ଏବଂ ମାଇଗ୍ରେନରୁ ଆରାମ ମିଳିଥାଏ।
– ମେହନ୍ଦୀ ଗଛର ଛେଲିକୁ ଗୁଣ୍ଡ କରି କାଢା କରି ନିୟମିତ ଭାବେ ପିଇଲେ ଚର୍ମ ରୋଗ ଏବଂ ସମସ୍ୟାରୁ ମୁକ୍ତି ମିଳିଥାଏ।
– ଉଚ୍ଚ ରକ୍ତଚାପ କାରଣରୁ ଚିନ୍ତିତ ରହୁଛନ୍ତି କି ? ଏଥିରୁ ମୁକ୍ତି ପାଇବା ପାଇଁ ପତ୍ରକୁ ଗୁଣ୍ଡ କରି ପାଦରେ ଲଗାଇବା ଫଳରେ ଆରାମ ମିଳିଥାଏ।
– ଯଦି ଆପଣଙ୍କୁ କୌଣସି ପ୍ରକାର ଆଘାତ ଲାଗିଥାଏ, ତେବେ ଏହାର ପତ୍ରକୁ ପେଷ୍ଟ କରି ଘାରେ ଲଗାଇବା ଦ୍ୱାରା ଜଲଦି ଆରାମ ମିଳିଥାଏ। ଏହାକୁ ଲଗାଇବା ଫଳରେ ଥଣ୍ଡା ଲାଗିଥାଏ ଏବଂ ଜ୍ୱଳନ କମ୍ ହୋଇଥାଏ।
– ମେହନ୍ଦୀ ପତ୍ରରେ ଥିବା ଗୁଣ ପେଟ ରୋଗ ଦୂର କରିବାରେ ସହାୟକ ହୋଇଥାଏ।
– ମୋତିଆବିନ୍ଦୁ ହୋଇଥିବା ରୋଗୀ ଦୁଇ କପ୍ କ୍ଷୀରରେ ଏକ ଚତୁର୍ଥାଂଶ କପ୍ ମେହନ୍ଦୀ ପତ୍ର ରସ ପିଇବା ଦ୍ୱାରା ଲାଭ ମିଳିଥାଏ।
ଏହାସହ ପଢ଼ନ୍ତୁ ; ମାଇଗ୍ରେନରୁ ବଞ୍ଚିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଉପାୟ
– ପାଟି ଘାକୁ ଭଲ କରିବାରେ ବେଶ୍ ସହାୟକ ହୋଇଥାଏ ମେହନ୍ଦୀ ପତ୍ର। ଏଥିପାଇଁ ୫୦ ଗ୍ରାମ ମେହନ୍ଦୀ ପତ୍ରକୁ ଦୁଇ ଗ୍ଲାସ ପାଣିରେ ଭିଜାଇ ସେହି ପାଣିରେ କୁଳୁକୁଳି କରନ୍ତି। ତା ପରେ ଏହି ପତ୍ରକୁ ଚୋବାଇ ଖାଇବା ଦ୍ୱାରା ଏହା ଦୂର ହୋଇଥାଏ।
– ଯେଉଁ ଲୋକଙ୍କର ପାଦରେ ଜ୍ୱଳନ ହେଉଛି କିମ୍ବା ହାଡରେ ଯନ୍ତ୍ରଣାରୁ ମୁକ୍ତି ଦେବ ମେହନ୍ଦୀ ପତ୍ର। ଏହାକୁ ପେଷ୍ଟ କରି ପାଦରେ ଲଗାଇବା ଦ୍ୱାରା ଖୁବଶୀଘ୍ର ଆରାମ ମିଳିଥାଏ।