ଗଣେଶ ଉତ୍ସବରେ ଧୂମପାନ କଲେ ସଲମାନ୍, ଭାଇରାଲ ହେଲା ସମ୍ପୂର୍ଣ୍ଣ ଦୃଶ୍ୟ
ବଲିଉଡର ଭାଇଜାନ୍ ସଲମାନ୍ ଖାନ୍ କୌଣସି ନା କୌଣସି ଘଟଣାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଗଣେଶ ଉତ୍ସବରେ ପୂଜା କରୁଥିବା ଫଟୋ ଭାଇରାଲ ହେବାର ଦିନ କେଇଟା ନପୂରୁଣୁ ପୁଣିଥରେ ଗଣେଶ ପୂଜା ବେଳେ ସିଗାରେଟ୍ ଟାଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି ସଲ୍ମାନ୍। ରିପୋର୍ଟ ମୁତାବକ,ଭଉଣୀ ଅର୍ପିତାଙ୍କ ଘରେ ଗଣେଶ ପୂଜା ଚାଲିଥିବା ବେଳେ ବାହାରେ ସଲମାନ୍ ସିଗାରେଟ୍ ଟାଣୁଥିବା ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ସଲମାନଙ୍କ ସହ ଭିଣେଇ ଅତୁଲ ଅଗ୍ନିହୋତ୍ରୀ ମଧ୍ୟ ସିଗାରେଟ୍ ଟାଣୁଥିବା ଦେଖିବାକୁ ମିଳିଛି।
ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ:
ତେବେ ଭିଡ଼ିଓ ସମ୍ପର୍କରେ ସଲମାନ୍ ଖାନ୍ କୌଣସି ମତ ଦେଇନଥିବାରୁ ଏହାର ସତ୍ୟତା ନେଇ ଫ୍ୟାନ୍ ସନ୍ଦେହରେ।
ଏହାସହ ପଢ଼ନ୍ତୁ: ସଲମାନ୍ଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ କ୍ୟାଟ୍ରିନା, କହିଲେ ସଲ୍ମାନ୍ ମୋ ପାଇଁ…