ଆମେରିକା ରାଷ୍ଟ୍ରପତିଙ୍କ ଟ୍ଵିଟ୍ କରି ବଡ଼ ଘୋଷଣା, ଆଫଗାନିସ୍ତାନ ଓ ତାଲିବାନ ସହ ଶାନ୍ତି ଆଲୋଚନା ନିଷ୍ପତ୍ତିକୁ ରଦ୍ଦ
ଆମେରିକା ରାଷ୍ଟ୍ରପତି ଟ୍ଵିଟ୍ କରି ବଡ଼ ଘୋଷଣା କରିଛନ୍ତି । ଆଫଗାନିସ୍ତାନ ଓ ତାଲିବାନ ସହ ଶାନ୍ତି ଆଲୋଚନା ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି । ତାଲିବାନର ପ୍ରମୁଖ ନେତା ଓ ଆଫଗାନିସ୍ତାନର ରାଷ୍ଟ୍ରପତି ଆଜି ଟ୍ରମ୍ପଙ୍କୁ ଅଲଗା ଅଲଗା ଭେଟିଥାନ୍ତେ । ଟ୍ରମ୍ପ କହିଛନ୍ତି, ତାଲିବାନ କାବୁଲରେ ଏକ ଆକ୍ରମଣ କରିଥିଲା । ଏଥିରେ ଜଣେ ମହାନ ସୈନ୍ୟ ଓ ୧୧ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଆମେରିକା ରାଷ୍ଟ୍ରପତି ଟ୍ଵିଟ୍ କରି ପ୍ରଶ୍ନ କରିଛନ୍ତି, ଏମାନେ କିପରି ଲୋକେ, ଯେଉଁମାନେ ନିଜର ସ୍ୱାର୍ଥ ପାଇଁ ଲୋକଙ୍କୁ ହତ୍ୟା କରିଥାନ୍ତି ।