ଭୁବନେଶ୍ୱର ଏୟାରପୋର୍ଟରେ ସ୍ପାଇସ ଜେଟର ଜରୁରୀ ଅବତରଣ

ଭୁବନେଶ୍ୱର ଏୟାରପୋର୍ଟରେ ବିମାନର ଜରୁରୀ ଅବତରଣ । ସ୍ପାଇସ୍ ଜେଟ୍ ୬୨୩ର ଜରୁରୀ ଅବତରଣ କରାଯାଇଛି । ଚେନ୍ନାଇରୁ କୋଲକତା ଯାଉଥିବା ବେଳେ ବିମାନର ଜରୁରୀ ଅବତରଣ ଜଣେ ଯାତ୍ରୀ ହଠାତ ଅସୁସ୍ଥ ହେବାରୁ କରାଯାଇଛି। ଉକ୍ତ ବିମାନରେ ଅଶୋକ କୁମାର ଶର୍ମା ନାମକ ଯାତ୍ରୀଙ୍କର ନିଶ୍ୱାସ ପ୍ରଶ୍ୱାସ ନେବାର ଅସୁବିଧା ହେବା ସଙ୍ଗେ ସଙ୍ଗେ ପକ୍ଷାଘାତ ହୋଇଥିଲା। ସେଥିପାଇଁ ବିମାନର ଜରୁରୀ ଅବତରଣ କରାଯାଇଥିଲା। ଏୟାରପୋର୍ଟ କର୍ତ୍ତପୃକ୍ଷ ଅଶୋକ କୁମାର ଶର୍ମାଙ୍କୁ ଏକ ଘରୋଇ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତଦେହ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.