Below header

ପୁଣି ଅଧିକ ଜରିମାନା ଆଦାୟ ନେଇ ଚର୍ଚ୍ଚା, ସମ୍ବଲପୁରରେ ଟ୍ରକରୁ ଆଦାୟ ହେଲା ୮୬ହଜାର ୫ଶହ ଟଙ୍କା

ସମ୍ବଲପୁର(କେନ୍ୟୁଜ): ପୁଣି ଅଧିକ ଜରିମାନା ଆଦାୟ ନେଇ ଚର୍ଚ୍ଚା। ସମ୍ବଲପୁର ପରିବହନ ବିଭାଗ ଏକ ଟ୍ରକରୁ ଆଦାୟ କରିଛି ୮୬ହଜାର ପାଞ୍ଚଶହ ଟଙ୍କା। ସର୍ଲାକାଲି ଠାରେ ଏମଭିଆଇ ଚେକିଂ ବେଳେ ଏକ ଓଭରଲୋଡେଡ ନାଗାଲାଣ୍ଡ ନମ୍ବରର ଟ୍ରଲର ମେସିନରୁ ଆଦାୟ ହୋଇଛି ଏହି ଜରିମାନା। ଓଭରଲୋଡିଂ ପାଇଁ ୫୬ହଜାର, ଗାଡ଼ି ଚାଳକର ବୈଧ ଡ୍ରାଇଭିଂ ଲାଇସେନ୍‌ସ ନଥିବା ଯୋଗୁଁ ୫ହଜାର ଏବଂ ଅନ୍ୟ ବିଭିନ୍ନ ନିୟମର ଉଲ୍ଲଙ୍ଘନ ପାଇଁ ଆଉ ୨୦ହଜାର ଟଙ୍କା ଜରିମାନା ଆଦାୟ କରିଛି ପରିବହନ ବିଭାଗ। ଏତେ ପରିମାଣର ଅର୍ଥ ଟ୍ରକ ଡ୍ରାଇଭର ପାଖରେ ନଥିବାରୁ ଜରିମାନା ରାଶିକୁ ୭୦ହଜାର ଟଙ୍କା କରାଯାଇଥିଲା। ଏହି ଘଟଣା ୩ତାରିଖରେ ଘଟିଥିଲେ ମଧ୍ୟ ଟ୍ରକ ଡ୍ରାଇଭର ୬ତାରିଖରେ ଜରିମାନା ଅର୍ଥ ଦେୟ କରି ଗାଡ଼ିକୁ ନେଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.