ଭାରତରେ ୧୦ କୋଟି ସ୍ମାର୍ଟଫୋନ୍ ବିକିଛି ଏହି ବିଦେଶୀ କମ୍ପାନୀ
![](https://knewsodisha.com/wp-content/uploads/2019/09/xiaomi-logo.jpg)
ଭାରତୀୟଙ୍କର ଏବେ ପ୍ରଥମ ପସନ୍ଦ ପାଲଟିଛି ସାଓମି। କମ୍ପାନୀର ସୂଚନାନୁଯାୟୀ ଗତ ୫ ବର୍ଷ ମଧ୍ୟରେ ସାଓମି ୧୦ କୋଟି ସ୍ମାର୍ଟଫୋନ୍ ବିକ୍ରି କରିଛି। ଏ ଅବସରରେ ସାଓମି ଇଣ୍ଡିଆର ମ୍ୟାନେଜିଂ ଡାଇରେକ୍ଟର ଏବଂ ଗ୍ଲୋବ ଭିପି ମନୁ ଜୈନ୍ ୧୦ କୋଟି ସ୍ମାର୍ଟଫୋନ୍ ୟୁଜର୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଭବିଷ୍ୟତରେ ମଧ୍ୟ ଗ୍ରାହକଙ୍କୁ ଆହୁରି ଉତ୍ତମ ସେବା ଯୋଗାଇବାକୁ ପ୍ରତିଶୃତି ଦେଇଛନ୍ତି।
କମ୍ପାନୀ ତରଫରୁ ଟ୍ଵିଟ୍ କରି କୁହାଯାଇଛି ଯେ, ଆମେ ୫ ବର୍ଷ ମଧ୍ୟରେ ୧୦ କୋଟି ସ୍ମାର୍ଟଫୋନ୍ ବିକ୍ରି କରିବାରେ ସଫଳ ହୋଇଛୁ। ଆମେ ପ୍ରତିବର୍ଷ ୨ କୋଟି, ପ୍ରତି ମାସରେ ୧ କୋଟି ୬୭ ଲକ୍ଷ, ପ୍ରତିଦିନ ୫୫ ହଜାର, ପ୍ରତି ଘଣ୍ଟାରେ ୨.୩ ହଜାର, ପ୍ରତି ମିନିଟ୍ରେ ୩୮ଟି ଏବଂ ପ୍ରତି ୩ ସେକେଣ୍ଡରେ ୨ଟି ଫୋନ୍ ବିକ୍ରି କରୁଛୁ।
ଭାରତରେ ସ୍ମାର୍ଟଫୋନ୍ ବିକ୍ରି କ୍ଷେତ୍ରରେ ସାଓମି ଏକ ନମ୍ବର ସ୍ଥାନରେ ରହିଥିବା ନେଇ କମ୍ପାନୀ ପକ୍ଷରୁ ଦାବି କରାଯାଇଛି।
ଏହାସହ ପଢନ୍ତୁ: ମାତ୍ର ୨୦ହଜାର ଟଙ୍କା ମଧ୍ୟରେ କିଣନ୍ତୁ ଏହି ସ୍ମାର୍ଟ ଟିଭି, ଜାଣନ୍ତୁ କ’ଣ ରହିଛି ଫିଚର