Below header

ୟୁଏସ୍‌ ଓପନ୍‌ : ଭେଟେରାନ୍‌ ସେରେନାଙ୍କୁ ହରାଇ ମହିଳା ଟାଇଟଲ୍‌ ଜିତିଲେ ଟିନ୍‌ଏଜ୍‌ ଖେଳାଳି ବିଏଙ୍କା

ନ୍ୟୁୟର୍କ: ବିଶ୍ୱ ଟେନିସ୍‌ର ଶ୍ରେଷ୍ଠ ମହିଳା ଖେଳାଳି ସେରେନା ଓ୍ଵିଲିୟମ୍‌ସଙ୍କୁ ହରାଇ ୟୁଏସ୍‌ ଓପନ୍‌ ଟେନିସ୍‌ ଗ୍ରାଣ୍ଡସ୍ଲାମ୍‌ ଟୁର୍ଣ୍ଣାମେଣ୍ଟରେ ଚାମ୍ପିଅନ୍‌ ହୋଇଛନ୍ତି ବିଏଙ୍କା ଆଣ୍ଡରେସ୍କୁ । ଗତକାଲି ଖେଳା ଯାଇଥିବା ମହିଳା ସିଙ୍ଗଲ୍‌ସ ଫାଇନାଲ୍‌ରେ ସେ ସେରେନାଙ୍କୁ ୬-୩, ୭-୫ ସେଟ୍‌ରେ ପରାସ୍ତ କରିଥିଲେ । ସେରେନା ନିଜର ୨୪ତମ ଗ୍ରାଣ୍ଡସ୍ଲାମ୍‌ ଟୁର୍ଣ୍ଣାମେଣ୍ଟ ଜିତିବାକୁ ଲକ୍ଷ୍ୟ ରଖିଥିଲେ । ହେଲେ ବିଏଙ୍କା ଚମତ୍କାର ଖେଳ ଦେଖାଇ ତାଙ୍କ ଆଶାକୁ ଧୂଳିସାତ୍‌ କରି ଦେଇଥିଲେ ।
ସୂଚନା ଥାଉକି ୧୯୯୯ରେ ଯେତେବେଳେ ସେରେନା ତାଙ୍କର ପ୍ରଥମ ୟୁଏସ୍‌ ଓପନ୍‌ ଟାଇଟଲ୍‌ ଜିତିଥିଲେ ସେତେବେଳେ କାନାଡ଼ାର ବିଏଙ୍କା ଜନ୍ମ ବି ହୋଇ ନଥିଲେ ।
US OPEN-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.