Below header

ରାଜପଥରେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ , ଜଣେ ମୃତ ୩ ଆହତ

ଯାଜପୁର ଟାଉନ(କେନ୍ଯୁଜ୍): ପାଣିକୋଇଲି ଭଦ୍ରକ ୧୬ନଂ ଜାତୀୟ ରାଜପଥରେ ପ୍ରାଇଭେଟ ଆମ୍ବୁଲାନ୍ସ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ମହିଳା ମୃତ ୩ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି । ଘରୋଇ ଆମ୍ବୁଲାନ୍ସଟି ବାଲେଶ୍ଵରରୁ କଟକ ଅଭିମୁଖେ ରୋଗୀ ନେଇ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ମୁତାବକ ଗୁରୁତରଙ୍କୁ ପ୍ରଥମେ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଜଣେ ମହିଳାଙ୍କ ମୃତ୍ୟ ହୋଇଥିଲା। ଅନ୍ଯମାନଙ୍କୁ ଭଦ୍ରକ ମେଡିକାଲ ରେ ଭର୍ତ୍ତି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.