ଦୀପିକା ସିଂହ ମା’ କରୋନା ଆକ୍ରାନ୍ତ, ଚିକିତ୍ସା ସୁବିଧା ନମିଳିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଗୁହାରୀ

“ଦିୟା ଔର ବାତି ହମ”, କବଚ ୨ ପରି ସିରିଏଲରେ ନିଜ ଅଭିନୟର ଯାଦୁ ଦେଖେଇ ସାରିଥିବା ଟେଲି ଅଭିନେତ୍ରୀ ଦୀପିକା ସିଂହ ଏବେ ଏକ ପ୍ରକାର କଠିନ ସ୍ଥିତି ଦେଇ ଗତି କରୁଛନ୍ତି । ତାଙ୍କ ମାଁଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ବେଳେ ତାଙ୍କୁ ଏଯାବତ କୌଣସି ପ୍ରକାର ଚିକିତ୍ସା ସୁବିଧା ମିଳିପାରିନାହିଁ । ଅନ୍ୟ ପକ୍ଷରେ ନିଜେ ଦୀପିକା ବି ମୁମ୍ବାଇରେ ଫସି ରହିଛନ୍ତି । ଏପରି ସ୍ଥିତିରେ ସେ ନିଜ ମା’ଙ୍କ ପାଖକୁ ଯାଇପାରୁନାହାନ୍ତି । କହିରଖିବା ଉଚିତ ହେବକି, ଦୀପିକାଙ୍କ ମାଁ ଦିଲ୍ଲୀ ରେ ଅବସ୍ଥାନ କରନ୍ତି । ଏପରି ସ୍ଥିତିରେ ଅନ୍ୟ କୌଣସି ଉପାୟ ନପାଇ ଦୀପିକା ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓ ଜରିଆରେ ଦୀପିକା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟରେ ଏକ ଅନୁରୋଧ କରିଛନ୍ତି । ଦୀପିକାଙ୍କ ଅନୁଯାୟୀ, ତାଙ୍କ ମାଁଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ରିପୋର୍ଟ ଦିଆଯାଇନାହିଁ ।

deepika new

ଫଳରେ ବିନା ରିପୋର୍ଟରେ ତାଙ୍କ ମାଁଙ୍କୁ କୌଣସି ହସ୍ପିଟାଲରେ ଭର୍ତ୍ତି କରାଯାଇ ପାରିନାହିଁ । ଅନ୍ୟ ପକ୍ଷରେ ଦିଲ୍ଲୀର କୌଣସି କୋଭିଡ ହସ୍ପିଟାଲରେ ସିଟ ମଧ୍ୟ ଖାଲି ନାହିଁ । ଦୀପିକା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏହା ବି କହିଛନ୍ତିଯେ, “ମୁଁ ଆପଣଙ୍କ ଠାରୁ ସାହାଯ୍ୟ ଚାହୁଁଛି । ମୁଁ ଜାଣି ପାରୁନାହିଁ ଯେ ଏପରି ଏକ ସ୍ଥିତିରେ କଣ କରାଯାଇ ପାରିବ । ମୁଁ ବହୁତ କଠିନ ପରିସ୍ଥିତି ଦେଇ ଗତି କରୁଛି । ମୋ ଭଉଣୀ ଦିଲ୍ଲୀରେ ପହଂଚିଥିଲେ ମଧ୍ୟ ତାକୁ ବି କୌଣସି ପ୍ରକାର ସୁବିଧା ମିଳିପାରିନାହିଁ । ମୋର ଏକ ୨ ବର୍ଷର ପୁଅ ବି ଅଛି । କହିରଖିବା ଉଚିତ ହେବକି, ଦୀପିକାଙ୍କ ମାଁଙ୍କ କରୋନା ଟେଷ୍ଟ ଲେଡି ହେରିଟେଜ ହସ୍ପିଟାଲରେ କରାଯାଇଥିଲା । କିନ୍ତୁ ପରେ କୌଣସି ହସ୍ପିଟାଲରେ ଭର୍ତ୍ତି କରାଯାଇପାରିନଥିବାରୁ ତାଙ୍କୁ ଘରେ ହିଁ ଚିକିତ୍ସା କରାଯାଉଛି । ଅନ୍ୟପକ୍ଷରେ ଦୀପିକାଙ୍କ ପରିବାର ଲୋକ ଦିଲ୍ଲୀର ପାହାଡଗଂଜରେ ବସବାସ କରନ୍ତି ।

ଆଉ ସେମାନେ ଏକ ଯୌଥ ପରିବାରରେ ଏକାଠି ୪୫ ଜଣ ଏକାଠି ବସବାସ କରନ୍ତି । ଯଦି ସେଠି ଜଣଙ୍କର କରୋନା ରିପୋର୍ଟ ପଜିଟିଭ ଆସେ ତେବେ ଅନ୍ୟ ଜଣେ ବି ସଂକ୍ରମିତ ହେବାର ଆଶଙ୍କା ରହିଛି । ଦୀପିକା ଏହା ମଧ୍ୟ କହିଛନ୍ତିକି , ତାଙ୍କ ଜେଜେ ମାଁ ବି ଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ଯେବେକି ତାଙ୍କ ବାପାଙ୍କ ଠାରେ ବି କରୋନା ଜନିତ ଲକ୍ଷଣ ଦେଖାଦେଇଛି । କୌଣସି ଜଣେ ସହୃଦୟ ବ୍ୟକ୍ତି ସାହାଯ୍ୟ କରିବା ନେଇ ଦୀପିକା ନିଜ ସ୍ୱାମୀଙ୍କ ନମ୍ବର ଏହି ଭିଡିଓ ଟିରେ ସମସ୍ତଙ୍କ ସହ ସେୟାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.