Below header

ବିଜୟ ମହାନ୍ତିଙ୍କୁ ଓଡିଶା ଫେରାଇ ଆଣିବାକୁ ଗଲା ଆମ୍ବୁଲାନ୍ସ ଓ ଡାକ୍ତରୀ ଟିମ୍

ଭୁବନେଶ୍ବର(କେନ୍ଯୁଜ୍): ବିଜୟ ମହାନ୍ତିଙ୍କୁ ଓଡିଶା ଫେରାଇ ଆଣିବାକୁ ଆମ୍ବୁଲାନ୍ସ ଓ ଡାକ୍ତରୀ ଟିମ୍ ପଠାଯାଇଛି। ଡାକ୍ତରୀ ଟିମ୍ ଗତକାଲି ହାଇଦ୍ରାବାଦରେ ପହଞ୍ଚି ସେଠାରେ ଚିକିତ୍ସା କରୁଥିବା ଡାକ୍ତରୀ ଦଳଙ୍କ ସହ ଆଲୋଚନା କରିଛନ୍ତି।
ସୂଚନା ମୁତାବକ ସାଂସଦ ଅପରାଜିତା ଷଡଙ୍ଗୀ ବିଜୟଙ୍କୁ ଓଡିଶା ଫେରାଇ ଆଣିବାର ଦାୟିତ୍ବ ନେଇଛନ୍ତି। ଏନେଇ ସେ ବିଜୟଙ୍କ ପରିବାର ସହ ମଧ୍ଯ କଥା ହୋଇଛନ୍ତି। ସୂଚନା ମୁତାବକ ବିମାନ ଯୋଗେ ଆଣିବା ବ୍ଯୟ ବହୁଳ ଥିବାରୁ ତାହା ସମ୍ଭବ ହୋଇନଥିବାରୁ ଅଖିଳ ପଟ୍ଟନାୟକ ବିଜେପି ନେତା ଜଗନ୍ନାଥ ପ୍ରଧାନ ଓ ବାବୁ ସିଂହଙ୍କ ସହ କଥାବାର୍ତ୍ତା ହେବା ପରେ ଅପରାଜିତା ଷଡଙ୍ଗୀଙ୍କ ସହଯୋଗ ଲୋଡିଥିଲେ।

ବିଜୟ ସାରଙ୍କୁ ଯେମିତି ଫେରାଇ ଆଣିବାରେ କୌଣସି ସମସ୍ଯା ନହୁଏ, ସେଥିପାଇଁ ସେଠାରେ ରାଜ୍ଯପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ମଧ୍ଯ ଅବଗତ କରାଯାଇଛି। ଏ ବାବଦରେ ଶ୍ରୀମତୀ ଷଡଙ୍ଗୀ ରାଜ୍ଯପାଳଙ୍କ ସହ କଥା ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.