ଅନୁଗୁଳ ବାମୁର ଷ୍ଟେସନରେ ଆନ୍ଦୋଳନ , ଭୁବନେଶ୍ୱର-ବଲାଙ୍ଗିର ଇଣ୍ଟରସିଟି ସୁପରଫାଷ୍ଟ ଏକ୍ସପ୍ରେସର ରହଣି ଦାବି

ଅନୁଗୁଳ(କେନ୍ୟୁଜ୍) : ଟ୍ରେନ୍‌ ରହଣି ଦାବିରେ ଆନ୍ଦୋଳନ । ଅନୁଗୁଳ ଜିଲ୍ଲା ବାମୁର ଷ୍ଟେସନରେ ଭୁବନେଶ୍ୱର-ବଲାଙ୍ଗିର ଇଣ୍ଟରସିଟି ସୁପରଫାଷ୍ଟ ଏକ୍ସପ୍ରେସର ରହଣି ଦାବିରେ ବନ୍ଦ ପାଳନ କରାଯାଉଛି । ବାମୁରଠାରେ ରେଳ ଉପଭୋକ୍ତା କମିଟି ପକ୍ଷରୁ ରେଳରୋକ କରାଯାଇଥିବା ବେଳେ କିଶୋରନଗର ରେ ବି ବନ୍ଦ ପାଳନ କରାଯାଉଛି । ସମସ୍ତ ସରକାରୀ କାର‌୍ୟ୍ୟାଳୟ, ଦୋକାନବଜାର ବନ୍ଦ ରହିଥିବା ବେଳେ ଠପ୍‌ ହୋଇଛି ଗାଡ଼ି ମୋଟର ଚଳାଚଳ । ବନ୍ଦ ପାଳନରେ ସାମିଲ ହୋଇଛନ୍ତି ବିଭିନ୍ନ ରାଜନୈତିକ ସଂଗଠନ, ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଓ ସ୍ଥାନୀୟ ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.