Below header

ଆନ୍ଧ୍ର ମୁହାଁ ବାତ୍ୟା, ଆସନ୍ତା ୨୪ଘଣ୍ଟାରେ ନେବ ସାଇକ୍ଲୋନିକ ଷ୍ଟ୍ରମର ରୂପ

ଭୁବନେଶ୍ବର(କେନ୍ୟୁଜ୍) : ଆନ୍ଧ୍ର ମୁହାଁ ବାତ୍ୟା। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ସାଇକ୍ଲୋନିକ ଷ୍ଟ୍ରମର ରୂପ ନେବ। ୧୫ ତାରିଖରେ ସିଭିୟର ସାଇକ୍ଲୋନିକ ଷ୍ଟ୍ରମର ରୂପ ନେଇପାରେ । ଏବେ ଏହା ଚେନ୍ନାଇ ଠାରୁ ୧୦୪୦ କିଲୋମିଟର ଦୂରରେ ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୧୦ କିଲୋମିଟର ମଧ୍ୟରେ ରହିବ।

clouds-ptiଏହାର ପ୍ରଭାବରେ ୧୬ ତାରିଖରୁ ଓଡ଼ିଶାରେ ପାଗ ମେଘୁଆ ରହିବ। ୧୮ ତାରିଖ ପର‌୍ୟ୍ୟନ୍ତ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେବର୍ଷା ସମ୍ଭାବନା ରହିଛି। ତେଣୁ ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି। ଚାଷୀମାନଙ୍କୁ ସେମାନଙ୍କ ଧାନ ଓ ଅନ୍ୟାନ୍ୟ ଫସଲ ସୁରକ୍ଷିତ ରଖିବା ପାଇଁ ପରାମର୍ଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.