ଟ୍ରକକୁ ପିଟିଲା ଆମ୍ବୁଲାନ୍ସ : ରୋଗୀଙ୍କ ସମ୍ପର୍କୀୟ ମୃତ, ୪ଜଣ ଗୁରୁତର ଆହତ

ବାଲେଶ୍ୱର(କେନ୍ୟୁଜ୍) : ଟ୍ରକକୁ ପିଟିଲା ୧୦୮ ଆମ୍ବୁଲାନ୍ସ । ଦୁର୍ଘଟଣାରେ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଛି। ୪ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି।

ahat ବାଲେଶ୍ୱର ହଳଦୀପଦାରେ ଏହି ଦୁର୍ଘଟଣା ଘଟିଛି। ରୋଗୀ ନେଇ କମର୍ଦ୍ଦାରୁ ବାଲେଶ୍ୱର ମେଡିକାଲ ଯିବାବେଳେ ଟ୍ରକକୁ ପିଟି ଦେଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲା।

ଉଦଳା-ବାରିପଦା ରାସ୍ତାର ପଥରା ଛକରେ ରୋଗୀ ନେବାକୁ ଆସୁଥିବାବେଳେ ଓଲଟିଲା ଆମ୍ବୁଲାନ୍‌ସ :

asdସେପଟେ ରୋଗୀ ନେବାକୁ ଆସୁଥିବାବେଳେ ଓଲଟିଲା ଆମ୍ବୁଲାନ୍‌ସ। ତେବେ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୧୦୮ ଆମ୍ବୁଲାନ୍‌ସ ଡ୍ରାଇଭର ଓ କର୍ମଚାରୀ। ରୋଗୀ ନେବାକୁ ଆସୁଥିବାବେଳେ ଉଦଳା-ବାରିପଦା ରାସ୍ତାର ପଥରା ଛକରେ ଆମ୍ବୁଲାନ୍‌ସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଦୁର୍ଘଟଣାରେ ଆମ୍ବୁଲାନ୍‌ସରେ ଥିବା ଫାର୍ମାସିଷ୍ଟ ଆହତ ହୋଇଥିବାବେଳେ ଡ୍ରାଇଭର ଓ ଅନ୍ୟ କର୍ମଚାରୀ ବର୍ତ୍ତି ଯାଇଛନ୍ତି। ଆମ୍ବୁଲାନ୍‌ସଟି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟାରୁ ଉଦଳା ଆସୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.