Below header

ଗଜପତି: ଆର.ଉଦୟଗିରି ନଦୀ ତୁଠ ରାସ୍ତାରେ ଦେଖାଗଲା ବିରାଟ ଅଜଗର, ଭୟରେ ବାଡେଇ ବାଡେଇ ମରିଦେଲେ ଲୋକେ

ମୋହନା(କେନ୍ୟୁଜ୍):  ଗଜପତି  ଜିଲ୍ଲା ଆର.ଉଦୟଗିରି  ମହିଳା ନଦୀ ତୁଠ ରାସ୍ତାରେ ସନ୍ଧ୍ୟା ୭ ଟା ସମୟରେ  ଏକ ଅଜଗର ସାପ ଦେଖାଯାଇଥିଲା l କିଛି ବ୍ୟକ୍ତି ଶୌଚ ପାଇଁ ନଦୀକୁ ଯିବାବେଳେ  ସାପଟିକୁ ଦେଖିଥିଲେ।  ୧୦ ଫୁଟରୁ ଉର୍ଦ୍ଧ ଲମ୍ବ ସାପଟିକୁ ଦେଖି ଅଞ୍ଚଳବାସୀ ଭୟଭୀତ ହୋଇଯାଇଥିଲେ l

python1ତେବେ ସାପଟି କାହାକୁ କ୍ଷତି ପହଞ୍ଚାଇବା ପୂର୍ବରୁ ସ୍ଥାନୀୟ ଲୋକେ ଭୟରେ ତାକୁ ମାରିଦେଇଥିଲେ,ବର୍ତ୍ତମାନ ବର୍ଷା ଋତୁର ଆଗମନ ଯୋଗୁଁ ପାଣି ସ୍ରୋତରେ  ପାହାଡିଆ ଅଜଗର ଗୁଡିକ ଜନବସତି ଆଡକୁ ଚାଲିଆସୁଛନ୍ତି। ବନବିଭାଗ ଏଥିପ୍ରତି ଦୃଷ୍ଟି ଦେବାପାଇଁ ଦାବି ହୋଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.