ପୁଣି ଖାକିରେ କଳଙ୍କ, ମହିଳାଙ୍କୁ ଏସିଡ ଆଟକର ଧମକ ଦେଇ କ୍ୟାପିଟାଲ ଥାନାର ରସିକିଆ ASI ହେଲେ ନିଲମ୍ବିତ

କେନ୍ୟୁଜ୍(ବ୍ୟୁରୋ): ପୁଣି  ଖାକିରେ କଳଙ୍କ। ମହିଳାଙ୍କୁ ଏସିଡ ଆଟକର ଧମକ ଦେବା ଘଟଣାରେ  କ୍ୟାପିଟାଲ ଥାନାର ASI ହେଲେ ନିଲମ୍ବିତ। ମିଳିଥିବ ସୂଚନା ମୁତାବକ ବର୍ତ୍ତମାନ କମିଶନରେଟ୍ ପୋଲିସ୍ କଣ୍ଟ୍ରୋଲ୍ ରୁମରେ କର୍ଯ୍ୟରତ ଥିବା ଏଏସ୍ଆଇ ସୁବ୍ରତ ଜ୍ଞାନରଞ୍ଜନ ଜଣେ ମହିଳାଙ୍କ ସହ ସୋସିଆଲ ମିଡିଆରେ ସମ୍ପର୍କ ରଖିଥିଲେ।

ପରେ, ସେ ତାଙ୍କୁ ନିର୍ଯ୍ୟାତନା ଦେବା ସହ ଅସଦାଚରଣ କରିବା ଆରମ୍ଭ କରିଥିଲେ। ଏପରିକି ସେ ଏବଂ ତାଙ୍କ ପରିବାରକୁ ଏସିଡ୍ ଆକ୍ରମଣ କରିବାର ଧମକ ଦେଇଥିଲେ। ମହିଳାଙ୍କ ଅଭିଯୋଗ ପରେ ମହିଳା ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ମହିଳା ପୋଲିସ ଷ୍ଟେସନରୁ ମିଳିଥିବା ରିପୋର୍ଟକୁ ଆଧାର କରି ଆଇଜି, ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ତୁରନ୍ତ ଏଏସଆଇକୁ ନିଲମ୍ବିତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.