Below header

କରୋନାରେ ଠିକ୍‌ ହୋଇ ୨ ମାସ ପରେ ବାହାରିଲେ ହସ୍‌ପିଟାଲ୍‌ରୁ, ବିଲ୍‌ ଆସିଲା ମାତ୍ର ୮ କୋଟି

ଓ୍ଵାଶିଂଟନ୍‌ : ସାରା ବିଶ୍ୱ ଏବେ କରୋନା କବଳରେ । କରୋନା ଅଧିକ ଆତଙ୍କ ସୃଷ୍ଟି କରିଛି ଆମେରିକାରେ । ଯେଉଁଠି ମୃତ୍ୟୁ ହାର ରହିଛି ସର୍ବାଧିକ । ହେଲେ ଏହାରି ଭିତରେ ଆମେରିକାର ଜଣେ ୬୨ ବର୍ଷ ବୟସ୍କ ରୋଗୀ କରୋନାରୁ ସୁସ୍ଥ ହୋଇ ଫେରିଛନ୍ତି ।

ତାହା ପୁଣି ଦୀର୍ଘ ଦୁଇ ମାସ ପରେ । ଏହି ଘଟଣା ହେଉଛି ଆମେରିକାର ସିଏଟଲ୍‌ ସହରର । ମାଇକେଲ୍‌ ଫ୍ଲୋର ନାମରେ ଏହି ବୃଦ୍ଧ କରୋନାରେ ଆକ୍ରାନ୍ତ ହେବା ପରେ ୪ ମାର୍ଚ୍ଚରେ ତାଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ।

ଦୀର୍ଘ ୨ ମାସ କାଳ କରୋନା ସହ ସଂଘର୍ଷ କରିବା ପରେ ସେ ହସ୍‌ପିଟାଲ୍‌ରୁ ଡିସ୍‌ଚାଗର୍ଜ ହୋଇଥିଲେ । ଡିସ୍‌ଚାର୍ଜ ଦିନ ତାଙ୍କ ହାତରେ ୧୮୧ ପୃଷ୍ଟାର ଏକ ବିଲ୍‌ ଧରାଇ ଦିଆଯାଇଥିଲା । ଯାହାକୁ ଦେଖି ଯେ କେହି ବି ହଇରାଣ ହୋଇଯିବେ ।

ହସ୍‌ପିଟାଲ୍‌ରେ ବୃଦ୍ଧଙ୍କୁ ୪୨ ଦିନ ଆଇସୋଲେସନ୍‌ ସେଣ୍ଟରରେ ଏବଂ ୨୯ ଦିନ ଭେଣ୍ଟିଲେଟରରେ ରଖାଯାଇଥିଲା । ଯାହାର ବିଲ୍‌ ଆସିଥିଲା ୧୧ ଲକ୍ଷ ଡଲାର ବା ଭାରତୀୟ ମୁଦ୍ରାରେ ପ୍ରାୟ ୮ କୋଟି ଟଙ୍କା । ତେବେ ଆମେରିକା ସରକାର ଏହି ସମସ୍ତ ଅର୍ଥ ବହନ କରିବେ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.