Below header

‘ମୋ ପରିବାରର ୩ ଜଣଙ୍କୁ ଗୁଣି କରି ମାରିଦେଲେ, ମୁଁ ବି ଛାଡିଲିନି’, ରାୟଗଡାରେ ଗୁଣି ଗାରେଡିରୁ ଡବଲ ମର୍ଡର

ରାୟଗଡା(କେନ୍ୟୁଜ୍): ଗୁଣିଗାରେଡି ସନ୍ଦେହରେରେ ରାୟଗଡାରେ ଡବଲ୍ ମର୍ଡର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ବଡକସାପାଡୁ ଗ୍ରାମରେ। ଗୁଣି କରୁଥିବା ଅଭିଯୋଗ କରି ଗ୍ରାମର ପ୍ରେମାନନ୍ଦ ମାଣ୍ଡାଙ୍ଗି ସେହି ଗ୍ରାମର ଦୁଇ ବୃଦ୍ଧ ବନ୍ଧୁ ଯଦୁମଣି ମାଣ୍ଡାଙ୍ଗି ଓ ପୋଲି ତାଡିଙ୍ଗିକୁ ଟାଙ୍ଗିଆରେ ଅତି ନିର୍ମମ ଭାବେ ହତ୍ଯା କରିଛି। ଗ୍ରାମ ନିକଟ ଏକ ଜଙ୍ଗଲରେ ଯଦୁମଣିକୁ ହତ୍ଯା କରିଥିବା ବେଳେ ସେହି ଗାଁ ପାଖରେ ପୋଲିକୁ ଟାଙ୍ଗିଆ ଓ କାତି ସାହାଯ୍ୟରେ ହତ୍ଯା କରିଛି।

ଦୀର୍ଘ ଦିନ ହେବ ଏହି ଦୁଇଜଣ ପ୍ରେମାନନ୍ଦ ପରିବାରର ୩ ଜଣଙ୍କୁ ଗୁଣି କରି ମାରିଥିବା ପ୍ରେମାନନ୍ଦ ଅଭିଯୋଗ କରିଛି। ଏନେଇ ଗତ ତିନି ମାସ ତଳେ ଗ୍ରାମରେ ଏକ ବୈଠକ ବସିବା ସହ ଦୁଇ ମୃତ ବୃଦ୍ଧଙ୍କୁ ଗୁଣି କରୁଛ କହି ତିନି ହଜାର ଟଙ୍କା ଜରିମାନା ଦଣ୍ଡିତ କରାଯାଇଥିଲା। ପରେ ସେମାନେ ଆଉ ଜରିମାନା ଦେଇ ନଥିଲା। ତେବେ ପ୍ରତିଶୋଧ ପରାୟଣ ହୋଇ ଆଜି ପ୍ରେମାନନ୍ଦ ଦୁଇ ବୃଦ୍ଧଙ୍କୁ ହତ୍ଯା କରିଛି। ତେବେ ଏନେଇ ପରିବାର ଲୋକେ ଶେଷଖାଲ ଥାନାରେ ଖବର ଦେବା ପରେ  ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ପ୍ରେମାନନ୍ଦ ତାଡିଙ୍ଗିକୁ ଅଟକ ରଖିଛି। ଅନ୍ଯପଟେ ଏହି ଘଟଣାରେ ପୋଲିସ ପକ୍ଷରୁ କୈଣସି ପ୍ରତିକ୍ରିୟା ମିଳିପାରିନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.