Below header

୧୨୦ ବର୍ଷୀୟା ବୃଦ୍ଧାଙ୍କୁ ଖଟିଆରେ ଶୁଆଇ ଘୋଷାରି ଘୋଷାରି ବ୍ୟାଙ୍କ ନେବା ଘଟଣା, ମ୍ୟାନେଜର ହେଲେ ସସପେଣ୍ଡ୍

ନୂଆପଡା(କେନ୍ୟୁଜ୍):ଫିଜିକାଲ ଭେରିଫିକେସନ ପାଇଁ ୧୨୦ ବର୍ଷୀୟ ମହିଳାଙ୍କୁ ବ୍ୟାଙ୍କ ଡାକିବା  ପଡିଲା  ମହଙ୍ଗା  ଏବେ ଚାକିରି ହରାଇଲେ ନୂଆପଡା ବରଗାଁ ଉତ୍କଳ ବ୍ୟାଙ୍କର ମ୍ୟାନେଜର। ଘଟଣା ଟି ଘଟିଥିଲା ଗତ ୧୦ ତାରିଖ ଦିନ। ବ୍ୟାଙ୍କ ନଗଲେ ମଳିବନି ଟଙ୍କା। ଯେମିତି ହେଉ ଆକାଉଣ୍ଟ ଧାରୀଙ୍କୁ ବ୍ୟାଙ୍କ ପର୍ଯ୍ୟନ୍ତ ଆଣିଲେ ଯାଇ ଟଙ୍କା ମିଳିବ ବେଲି କହିଥିଲେ ବ୍ୟାଙ୍କ ମ୍ୟାନେଜର। ପରେ ନିଜ ବୃଦ୍ଧା ଝିଅ ୧୨୦ ବର୍ଷର ମାକୁ ଖଟିଆରେ ଶୁଆଇ ବ୍ୟାଙ୍କଯାଏଁ ଘୋଷାରି ଘୋଷାରି ନେଲେ। ବରଗାଁରେ ଥିବା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ମ୍ୟାନେଜର ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ଏହି ୧୨୦ ବର୍ଷୀୟ ବୃଦ୍ଧାଙ୍କୁ ବ୍ୟାଙ୍କକୁ ଫିଜିକାଲ୍ ଭେରିଫାଇ  କରିବା ପାଇଁ ଡାକିଥିଲେ।

utkal gramya bank1

ଯେହେତୁ ଯାନ ବାହନର ସୁବିଧା ନଥିଲା ତେଣୁ ବୃଦ୍ଧାଙ୍କ ଜଣେ ବୟସ୍କ ଝିଅ ଖଟିଆରେ ଶୁଆଇ ଘୋଷାରି ଘୋଷାରି ବ୍ୟାଙ୍କ ଯାଏଁ ନେଇଥିଲେ। ଏହି ଘଟଣାକୁ ନେଇ କିଛି ବୁଦ୍ଧିଜୀବୀ ନିନ୍ଦା କରିବା ସହ କାହିଁକି ଏଭଳି କ୍ଷେତ୍ରରେ ଫିଲ୍ଡ ଅଫିସରଙ୍କ ପଠାଇ ବ୍ୟାଙ୍କ କାରବାର କରାଗଲା ନାହିଁ ପ୍ରଶ୍ନ କରିଥିଲେ । ଏବେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଅଧିକାରୀ ବ୍ୟାଙ୍କ ମ୍ୟାନେଜର ଅଜିତ ପ୍ରଧାନଙ୍କ ଉପରେ ପଦକ୍ଷେପ ନେଇ ସସପେଣ୍ଡ କରିଛନ୍ତି।

patanjali

ସେପଟେ ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ଯୋଗଗୁରୁ ରାମଦେବ ବାବାଙ୍କ ପତଞ୍ଜଳି ପରିବାର ତରଫରୁ ଶତାୟୁ ମହିଳାଙ୍କୁ ସହଯୋଗର ହାତ ବଢାଇଛନ୍ତି । ଆଜି ଯୋଗଗୁରୁ ରାମଦେବ ବାବାଙ୍କ ନିର୍ଦ୍ଦେଶ କ୍ରମେ ପତଞ୍ଜଳି ପରିବାରର କର୍ମକର୍ତାମାନେ ବରଗାଁରେ ପହଞ୍ଚି ଶତାୟୁ ମହିଳା ଲଭେ ହରିଜନଙ୍କୁ ଗୋଟିଏ ମାସର ରାସନ ସାମଗ୍ରୀ ସମେତ ବସ୍ତ୍ର ଓ ୧୫ଶହ ଟଙ୍କା ଆର୍ଥିକ
ସହାୟତା ପ୍ରଦାନ କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.