Below header

ରାଜନଗରରେ ଘୂର୍ଣ୍ଣିଝଡ଼ର ତାଣ୍ଡବ, ୪ ମିନିଟ୍ ଭିତରେ ଉଜୁଡ଼ିଗଲା ଘର ଓ ଉପୁଡ଼ି ଗଲା ଗଛ, ଦେଖନ୍ତୁ ଭିଡିଓ

ରାଜନଗର (କେ ନ୍ୟୁଜ୍‌) : ଅଚାନକ ଆସିଲା ଘୂର୍ଣ୍ଣିଝଡ଼ ଆଉ କେଇ ମିନିଟ୍ ଭିତରେ ଉଜାଡ଼ି ଦେଲା ଦୁଇଟି ଗାଁର ଅନେକ ପରିବାରକୁ । ଛପର ଘର ଉଡ଼ାଇ ନେଲା ଏବଂ ବଡ଼ ବଡ଼ ଗଛ ସବୁ ଉପୁଡ଼ି ଗଲା । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ରଙ୍ଗଣି ପଞ୍ଚାୟତର ଦୁଇଟି ଗାଁ ଏହି ଘୂର୍ଣ୍ଣିଝଡ଼ରେ ପ୍ରଭାବିତ ହୋଇଛି ।

GHURNI JHADA-3ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଥିଲା ଏଭଳି ଭୟଙ୍କର ଯେ ଶୁଣିଲେ ଦେହ ଶୀତେଇ ଯିବ । ଚାଆଁରାକୋଲା ଓ ସୁରେନ୍ଦ୍ରପୁର ଗାଁରେ ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ଖଣ୍ଡିଆଭୂତର ରୂପ ନେଇ ଏହି ଘୂର୍ଣ୍ଣିଝଡ଼ ମାଡ଼ି ଆସିଥିଲା । ଗାଁ ପାଖରେ ଥିବା ଧାମରା ନଦୀର ପାଣିକୁ ଘୂରାଇ ଘୂରାଇ ଆକାଶକୁ ଉଠାଇ ନେଇଥିଲା । ଏହା ପରେ ଭୟଙ୍କର ଶବ୍ଦ କରି ଦୁଇ ଗାଁ ମଝିରେ ସୃଷ୍ଟି କରିଥିଲା ତାଣ୍ଡବ ।

GHURNI JHADA-4

କ୍ଷଣିକ ମଧ୍ୟରେ ପବନ, ବର୍ଷାର ବିତ୍ପାତ ଘର ଓ ଗଛ ସବୁକୁ ଉଜାଡ଼ି ଦେଇ ଚାଲିଗଲା । ମାତ୍ର ୪ରୁ ୫ ମିନିଟ୍ ଭିତରେ ସବୁ ଶାନ୍ତ ହୋଇଗଲା । ହେଲେ ସେତେବେଳକୁ କାହାର ଆଜବେଷ୍ଟସ ତ ଆଉ କାହାର ଚାଳ ଘର ଛାତ ଉଡ଼ାଇ ନେଇଥିଲା । ପୁଣି ବଡ଼ ବଡ଼ ଗଛ ଭାଙ୍ଗି ତଳେ ଶୋଇଥିଲା । ଲୋକେ ଖଣ୍ଡିଆଭୂତ ଭୟରେ ଆତଙ୍କିତ ହୋଇପଡ଼ିଥିଲେ ।
ପରେ ଖବର ପାଇଁ ପ୍ରଶାସନ ପକ୍ଷରୁ ଦୁଇ ପ୍ରଭାବିତ ଗାଁରେ ସହାୟତା ପ୍ରଦାନ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.