Below header

ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ପୋଲିସର ସଂପୃକ୍ତି ନେଇ ଲଙ୍କାକାଣ୍ଡ, ଫିରିଙ୍ଗିଆ ଥାନା ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

ଗଞ୍ଜେଇ ଚୋରାଚାଲାଣକାରୀଙ୍କୁ ସହଯୋଗ କରିବା ଓ ଚାଲାଣରେ ଫିରିଙ୍ଗିଆ ପୋଲିସର ସଂପୃକ୍ତି ଅଭିଯୋଗରେ ଆଜି ରାସ୍ତାରୋକ କରିଥିଲେ । ପରେ ଏହା ଉଗ୍ରରୂପ ନେଇଥିଲା। ଉତ୍ତ୍ୟକ୍ତ ଲୋକମାନେ ଥାନା ଭିତରେ ପଶିବା ସହ ନିଆଁ ଲଗାଇଦେଇଥିଲେ ।

କନ୍ଧମାଳ(କେନ୍ୟୁଜ): ଫିରିଙ୍ଗିଆ ଥାନା ଜାଳିଦେଲେ ଉତ୍ତ୍ୟକ୍ତ ଲୋକ । ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ପୋଲିସର ସଂପୃକ୍ତି ନେଇ ଲଙ୍କାକାଣ୍ଡ। ଗଞ୍ଜେଇ ଚୋରାଚାଲାଣକାରୀଙ୍କୁ ସହଯୋଗ କରିବା ଓ ଚାଲାଣରେ ଫିରିଙ୍ଗିଆ ପୋଲିସର ସଂପୃକ୍ତି ଅଭିଯୋଗରେ ଆଜି ରାସ୍ତାରୋକ କରିଥିଲେ । ପରେ ଏହା ଉଗ୍ରରୂପ ନେଇଥିଲା। ଉତ୍ତ୍ୟକ୍ତ ଲୋକମାନେ ଥାନା ଭିତରେ ପଶିବା ସହ ନିଆଁ ଲଗାଇଦେଇଥିଲେ । ଆଇଆଇସି ଓ ଦୁଇ କନଷ୍ଟେବଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଥାନା ପୋଡ଼ି ଘଟଣାରେ ୧୫ରୁ ଅଧିକ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି ପୋଲିସ । ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଉଛି। ନିକଟରେ ଫିରିଙ୍ଗିଆ ଅଞ୍ଚଳରେ ୩୦ ଟନ୍‌ରୁ ଅଧିକ ଚୋରା ଗଞ୍ଜେଇ ଜବତ କରାଯାଇଥିଲା। ଥାନା ପୋଡି ଘଟଣା ପଛରେ ଗଞ୍ଜେଇ ମାଫିଆଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଥାନା ପରିସରରେ ସ୍ଥିତି ନିୟନ୍ତ୍ରଣାଧିନ ରହିଥିଲେ ମଧ୍ୟ ୧୪୪ ଧାରା ଜାରି ହୋଇଛି।

ଗତକାଲି ରାତିରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଏକ ଗାଡିକୁ ମାସିରିପଡ଼ା ଛକ ନିକଟରେ ଗ୍ରାମବାସୀ ଧରିଥିଲେ। ଗାଡ଼ିଟି ଫିରିଙ୍ଗିଆ ଥାନାର ବୋଲି ଜଣାପଡିବା ପରେ ଲୋକଙ୍କ ମନରେ ଅସନ୍ତୋଷ ତେଜିଥିଲା। ଆଜି ଉତ୍ତ୍ୟକ୍ତ ଲୋକେ ଫିରିଙ୍ଗିଆ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ୫୧ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ। କିନ୍ତୁ ପୋଲିସ କିମ୍ବା ପ୍ରଶାସନ କେହି ଘଟଣାସ୍ଥଳରେ ନପହଞ୍ଚିବାକୁ ଲୋକମାନେ ଥାନାରେ ପଶି ଏସଡିପିଓଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଅନ୍ୟ କର୍ମଚାରୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିଲେ । ପରେ ଆସବାବପତ୍ର ଭାଙ୍ଗିବା ସହ ଥାନାରେ ନିଆଁ ଲଗାଇଦେଇଥିଲେ। ଉତ୍ତ୍ୟକ୍ତଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ପକ୍ଷରୁ ମୃଦୁ ଲାଠିଚାଳନା ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.