Below header

ମାଟିରେ ମିଶୁଛି ଐତିହ୍ୟ ସମ୍ପନ୍ନ ଏମାର ମଠ, ଆଜି ଦ୍ୱିତୀୟ ଦିନରେ ପଛପଟ ଖମାର ଓ ଭଣ୍ଡାର ଘର ଭଙ୍ଗା ଚାଲିଛି

ପୁରୀ(କେନ୍ୟୁଜ୍) : ମାଟିରେ ମିଶୁଛି ପୁରୀର ସର୍ବପୁରାତନ ଐତିହ୍ୟ ସମ୍ପନ୍ନ ଏମାର ମଠ । ଆଜି ଦ୍ୱିତୀୟ ଦିନରେ ମଠ ଭଙ୍ଗା କାର୍ଯ୍ୟ ଚାଲିଛି । ପଛପଟର ଖମାର ଘର ଓ ଭଣ୍ଡାର ଘର ଭଙ୍ଗା ଯାଉଛି । ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ଉଚ୍ଛେଦ କରାଯାଉଛି । ପୁରା ମଠକୁ ନିଜ ହେପାଜତକୁ ନେଇଛି ପୋଲିସ ପ୍ରଶସାନ । ମଠ ଭିତରକୁ କାହାରିକୁ ପ୍ରବେଶ କରିବାକୁ ଦିଆଯାଉନାହିଁ । ତେବେ ପୁରୀରେ ପ୍ରବଳ ବର୍ଷା ଯୋଗୁଁ ଉଛେଦ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ବାହାରେ ଏମାର ମଠ ଭଙ୍ଗା ଯାଉଥିବା ବେଳେ ଭିତରେ ରହିଛନ୍ତି ମଠ ମହନ୍ତ । ମହନ୍ତ ମଠ ଛାଡିବାକୁ ନାରାଜ । ମହନ୍ତଙ୍କ ପାଇଁ ଅସ୍ଥାୟୀ ଘରର ବ୍ୟବସ୍ଥା କରାଯାଇଛି । ହେଲେ ସେ ବର୍ତ୍ତମାନ ସୁଦ୍ଧା ନିଜ କୋଠାରୀରୁ ଆସୁନାହାନ୍ତି । ମଠ ସୁରକ୍ଷିତ ଥିବା ଦର୍ଶାଇ ସେ ବାହାରକୁ ବାହାରୁନାହାନ୍ତି । ଅସ୍ଥାୟୀ ଘରେ ପୂଜାର୍ଚ୍ଚନା କରିବା ପାଇଁ ମହନ୍ତଙ୍କୁ ବୁଝାସୁଝା କରାଯାଉଛି। କାହିଁକି ମହନ୍ତ ମଠ ଛାଡୁନାହାନ୍ତି, ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ମହନ୍ତଙ୍କୁ ବାହାରକୁ ଆଣିବା ପାଇଁ ପୋଲିସ ପକ୍ଷରୁ ବଳ ପ୍ରୟୋଗ କରାଯିବ କି? ଜୋର ଜବରଦସ୍ତ ମହନ୍ତଙ୍କୁ ବାହାରକୁ ଆଣିବ କି ପୋଲିସ ? ଧିରେ ଧିରେ ମାଟିରେ ମିଶୁଛି ଏମାର ମଠ । ଶହ ଶହ ବର୍ଷର ଏହି ମଠକୁ ଅତୀତରେ ବିପୁଳ ଖାଦ୍ୟଶସ୍ୟ ଆସୁଥିବାରୁ ମଠରେ ଖମାର ରହିଥିବା ପୁରୁଖା ଲୋକେ କହିଛନ୍ତି । ଉଛେଦ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ୩୦ ପ୍ଲାଟୁନ୍‌ ପୋଲିସ ପୋର୍ସ ମୁତୟନ କରାଯାଇଛି । ପୁରୁଣା ମଠ ହୋଇଥିବାରୁ ସାପ ଥିବା ଆଶଙ୍କାରେ ସ୍ନେକ୍‌ ହେଲ୍‌ପ ଲାଇନ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.