Below header

ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ଶେଷ ଟେଷ୍ଟ ମ୍ୟାଚ୍‌, ସିରିଜ୍‌ ବିଜୟ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ତଥା ଶେଷ ଟେଷ୍ଟ । ଜାମାଇକାର କିଙ୍ଗଷ୍ଟନ୍‌ରେ ମ୍ୟାଚ୍‌ ଆରମ୍ଭ ହେବ । ପ୍ରଥମ ଟେଷ୍ଟ ଜିତିସାରିଥିବା ବେଳେ ଦ୍ୱିତୀୟ ଟେଷ୍ଟ ଜିତି ୨-୦ରେ ସିରିଜ୍‌ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଆ । ଟି-୨୦କୁ ୩-୦ ଓ ଦିନିକିଆ ସିରିଜ୍‌କୁ ୨-୦ରେ ବିଜୟୀ ହୋଇଛି ଭାରତ । ତେଣୁ ଟେଷ୍ଟ ସିରିଜ୍‌ ମଧ୍ୟ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ବିରାଟ ବାହିନୀ । ପ୍ରଥମ ଟେଷ୍ଟରେ ବିଫଳ ହୋଇଥିବା ଓ୍ଵିକେଟ୍‌ କିପରି ଋଷଭ ପନ୍ତଙ୍କ ଉପରେ ଅଧିକ ଚାପ ରହିବ । ସେହିପରି ମୟଙ୍କ ଅଗ୍ରଓ୍ଵାଲ ମଧ୍ୟ ଭଲ ପ୍ରଦର୍ଶନ କରିନାହାନ୍ତି । ଆଜିଙ୍କ୍ୟ ରାହାଣେ ଓ ହନୁମା ବିରାହୀଙ୍କ ସହ ମଧ୍ୟ କ୍ରମ ପ୍ରଥମ ଟେଷ୍ଟରେ ଭଲ ପ୍ରଦର୍ଶନ କରିଥିଲେ । ତେଣୁ ମଧ୍ୟକ୍ରମରେ କୌଣସି ପରିବର୍ତ୍ତନ କରାଯାଇନପାରେ । ସେପଟେ ୱେଷ୍ଟଇଣ୍ଡିଜ୍‌ର ଦୁଇ ଯୁବ ଖେଳାଳି ସିମରନ୍‌ ହେଟମେର ଓ ସାଇ ହୋପ୍‌ ଆଖିଦୃଶିଆ ପ୍ରଦର୍ଶନ କରିନଥିଲେ । ତେଣୁ ୱେଷ୍ଟଇଣ୍ଡିଜ୍‌ ଦଳରେ ଅଦଳବଦଳ ସୁଯୋଗ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.