Below header

ଶ୍ରୀମନ୍ଦିର ପଶ୍ଚିମଦ୍ୱାରରେ ଥିବା ଭିତର ସେବାୟତ ନିଯୋଗର ୧୮ ଡିସିମିଲର ୩ ମହଲା କୋଠାକୁ କିଣିଲା ପୁରୀ ପ୍ରଶାସନ

ପୁରୀ: ଶ୍ରୀମନ୍ଦିର ୭୫ ମିଟର ସୁରକ୍ଷା ଜୋନରେ ଜମି କିଣା ବିକାରେ ପ୍ରଶାସନର ବଡ ସଫଳତା । ଶ୍ରୀମନ୍ଦିର ପଶ୍ଚିମଦ୍ୱାରରେ ଥିବା ଭିତର ସେବାୟତ ନିଯୋଗର ୧୮ ଡିସିମିଲର ୩ ମହଲା କୋଠାକୁ କିଣିଛି ପୁରୀ ପ୍ରଶାସନ । ବହୁ ପୁରାତନ ଏହି କୋଠାକୁ ୭ କୋଟି ୪୩ ଲକ୍ଷ ଟଙ୍କା ନେଇ ସେବାୟତ ନିଯୋଗ ଠାରୁ ପ୍ରଶାସନ ଏହାକୁ କିଣି ନେଇଛି । ଶ୍ରୀମନ୍ଦିର ଚତୁପାର୍ଶ୍ୱର ୭୫ ମିଟର ଅଞ୍ଚଳରେ ଏବେ ଜମି ଅଧିଗ୍ରହଣ ଆରମ୍ଭ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ ଅନୁସାରେ ଭିତର ସେବାୟତ ନିଯୋଗ ସହ ପ୍ରଶାସନ ଆଲୋଚନା କରିଥିଲା । ପ୍ରଶାସନକୁ ସହଯୋଗ ଦେଇ ଗୁରବାର ସଂଧ୍ୟାରେ ଏହି ବିକ୍ରୀ ଦଲିଲ ସ୍ୱାକ୍ଷରିତ ହୋଇଛି । ପ୍ରତିଶୃତି ଅନୁଯାୟୀ ଭିତର ସେବାୟତ ନିଯୋଗ ଠାରୁ ଏହି ଜମି ନିଆଯିବା ପରେ ସେମାନଙ୍କୁ ବଗଲା ଧର୍ମଶାଳାରେ ୨ଟି ପ୍ଲଟ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି । ଏହି କୋଠାରେ ବନ୍ଦୋବସ୍ତ କାର୍ଯ୍ୟାଳୟ ଓ ଦୋକାନ ଥିବା ବେଳେ ସେମାନଙ୍କୁ ଅନ୍ୟତ୍ର ଥଇଥାନ କରାଯିବ । ୭୫ ମିଟର ସୁରକ୍ଷା ଜୋନରେ ବର୍ତ୍ତମାନ ସୁଦ୍ଧା ପ୍ରଶାସନ ୨୦ଟି ପରିବାର ଠାରୁ ପ୍ଲଟ କିଣା ସରିଛି । ତେବେ ପ୍ରଥମ ଥର ପାଇଁ ସେବାୟତ ନିଯୋଗର କୋଠା ବିକ୍ରୀ ହୋଇଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.