ଠକେଇ ଅଭିଯୋଗରେ ରେମୋ ଡିସୁଜାଙ୍କ ଜାମିନ ଖାରଜ କଲା ବମ୍ବେ ହାଇକୋର୍ଟ

କିଛି ଦିନ ତଳେ ବଲିଉଡ୍ର ଜଣାଶୁଣା କୋରିଓଗ୍ରାଫର ରେମୋ ଡିସୁଜାଙ୍କ ଉପରେ ୫କୋଟି ଟଙ୍କାର ଠକେଇ ଅଭିଯୋଗ ଲାଗିଥିଲା । ଏ ନେଇ ରେମୋ ଡିସୁଜା ବମ୍ବେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିବା ବେଳେ ତାଙ୍କ ଆବେଦନକୁ ଖାରଜ କରି ଦିଆଯାଇଛି । ଗତ ବୁଧବାର ବମ୍ବେ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି । ରେମୋଙ୍କ ବିରୋଧରେ ଉତ୍ତରପ୍ରଦେଶ ଅଦାଲତ ଜାମିନ ବିହୀନ ପରଓ୍ଵାନା ଜାରି କରିଥିବା ବେଳେ ଏ ପର୍ଯ୍ୟନ୍ତ ତାହା ମୁମ୍ବାଇ ପୋଲିସକୁ ମିଳି ନାହିଁ । ଏଭଳି ପରିସ୍ଥିତିରେ ତାଙ୍କୁ ଆଗୁଆ ଜାମିନ ମିଳି ପାରିବ ନାହିଁ ବୋଲି କହି ଆବେଦନକୁ ଖାରଜ କରିଛି ବମ୍ବେ ହାଇକୋର୍ଟ ।

remo d

ଏହାସହ ପଢନ୍ତୁ: ୧୫ କିଲୋ ଓଜନର ଲେହେଙ୍ଗା ପିନ୍ଧି କଥକ ନାଚିବେ ସନ୍ନି ଲିଓନି

ରିପୋର୍ଟ ଅନୁଯାୟୀ ୨୦୧୬ରେ ରେମୋ ଡିସୁଜାଙ୍କ ବିରୋଧରେ ଠକେଇର ଅଭିଯୋଗ ଆସିବା ସହ ଗାଜିଆବାଦ୍ ଜିଲ୍ଲା ଅଦାଲତରେ ଏହାର ଶୁଣାଣି ଚାଲୁଥିଲା । କିନ୍ତୁ ଶୁଣାଣି ସମୟରେ ସେ ଅଦାଲତରେ ହାଜର ହେଉ ନଥିବାରୁ ତାଙ୍କ ବିରୋଧରେ ଅଦାଲତ ଜାମିନ ବିହୀନ ପରଓ୍ଵାନା ଜାରି କରିଥିଲା । ଯାହା ପରେ ରେମୋ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ, ଯାହାକୁ ଏବେ ଖାରଜ କରି ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.