Below header

ସେପ୍ଟେମ୍ବର ଓ ଅକ୍ଟୋବରରେ ରାଜ୍ୟରେ ରେକର୍ଡ ଲର୍ଣ୍ଣର୍ସ ଲାଇସେନ୍ସ ଇସ୍ୟୁ, ଦିଆଯାଇଛି ୩ ଲକ୍ଷ ୫୧ ହଜାର ଲାଇସେନ୍ସ

ଭୁବନେଶ୍ବର: ଦୁଇ ମାସରେ ରାଜ୍ୟରେ ରେକର୍ଡ ଲର୍ଣ୍ଣର୍ସ ଲାଇସେନ୍ସ ଇସ୍ୟୁ । ସେପ୍ଟେମ୍ବର ଓ ଅକ୍ଟୋବରରେ ଦିଆଯାଇଛି ୩ ଲକ୍ଷ ୫୧ ହଜାର ଲାଇସେନ୍ସ । ଗତବର୍ଷ ଏହି ଦୁଇ ମାସରେ ଯେତିକି ଲର୍ଣ୍ଣର୍ସ ଲାଇସେନ୍ସ ଦିଆଯାଇଛି ତାହା ତୁଳନାରେ ଏହି ସଂଖ୍ୟା ଛଅ ଗୁଣା ଅଧିକ । ୨୦୧୮ରେ ସାରା ରାଜ୍ୟରେ ୩ ଲକ୍ଷ ୪୮ ହଜାର ଲର୍ଣ୍ଣର୍ସ ଲାଇସେନ୍ସ ପ୍ରଦାନ କରାଯାଇଥିଲା । ସେହିପରି ଗତବର୍ଷ ସେପ୍ଟେମ୍ବର ଓ ଅକ୍ଟୋବରରେ ଇସ୍ୟୁ ହୋଇଥିଲା କେବଳ ୫୨ ହଜାର ଲାଇସେନ୍ସ । ଭୁବନେଶ୍ୱର ଆରଟିଓ-୧ ଗତ ଦୁଇ ମାସରେ ସର୍ବାଧିକ ୩୫ ହଜାର ଲର୍ଣ୍ଣର୍ସ ଲାଇସେନ୍ସ ଦେଇଥିବା ବେଳେ ଗଞ୍ଜାମ ଆରଟିଓ ୨୩ ହଜାର, ଭୁବନେଶ୍ୱର ଆରଟିଓ-୧ କୋଡିଏ ହଜାର, କଟକ ଆରଟିଓ ୧୮ ଓ ବାଲେଶ୍ୱର ଆରଟିଓ ୧୩ ହଜାର ଲର୍ଣ୍ଣର୍ସ ଲାଇସେନ୍ସ ପ୍ରଦାନ କରିଛନ୍ତି । ସଂଶୋଧିତ ମୋଟର ଯାନ ଆଇନ ଲାଗୁ ପରେ ଲାଇସେନ୍ସ ପାଇଁ ଆରଟିଓ ଅଫିସରେ ଗାଡ଼ି ଚାଳକଙ୍କ ଭିଡ଼ ଜମୁଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସମସ୍ତ ଆରଟିଓରେ ବ୍ୟାପକ ବ୍ୟବସ୍ଥା କରିବାକୁ ପରିବାହନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.