Below header

ଭୟଙ୍କର ରୂପ ନେଉଛି ବାତ୍ୟା ମହା, ଆସନ୍ତା ୨୪ ଘଣ୍ଟାରେ ଭେରି ସିଭିଅର ସାଇକ୍ଲୋନିକ୍‌ ଟର୍ମରେ ହେବ ପରିଣତ

ଭୟଙ୍କର ରୂପ ନେଉଛି ବାତ୍ୟା ମହା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଭେରି ସିଭିଅର ସାଇକ୍ଲୋନିକ୍‌ ଟର୍ମରେ ପରିଣତ ହେବ । ମହା ଘଣ୍ଟା ପ୍ରତି ୯ କିଲୋମିଟର ବେଗରେ ଗତି କରୁଛି । ୨୪ ଘଣ୍ଟା ଭିତରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ନଭେମ୍ବର ୪ ତାରିଖ ସୁଦ୍ଧା ପୂର୍ବ ଉତ୍ତର ପୂର୍ବ ଦିଗରେ ଗତି କରି ଦକ୍ଷିଣ ଗୁଜରାଟ ଉପକୂଳ ଆଡକୁ ପ୍ରତ୍ୟାବର୍ତ୍ତନ କରିପାରେ । ଏହାର ୨୪ ଘଣ୍ଟା ମଧ୍ୟରେ ପୂର୍ବ ଆରବ ସାଗରରେ ଏହା ଅତି ଭୟଙ୍କର ବାତ୍ୟାରେ ପରିଣତ ହୋଇପାରେ । ଆସନ୍ତା ୬ ତାରିଖ ଦିନ ଗୁଜରାଟ ତଟରେ ମାଡ ହୋଇପାରେ । ବାତ୍ୟା ପ୍ରଭାବରେ ଗୁଜୁରାଟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ସହ ପବନ ଲାଗି ରହିବ । ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ବତ୍ୟାର ସଠିକ୍‌ ସ୍ଥିତି ଏବଂ ଗତିପଥ ନେଇ ଅଧିକ ତଥ୍ୟ ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.