ପୁରୀ ସ୍ୱର୍ଣ୍ଣିମ ବେଳାଭୂମିକୁ ମିଳିଲା ମର୍ଯ୍ୟାଦାଜନକ ବ୍ଲୁ ଫ୍ଲାଗର ମାନ୍ୟତା,୯ଶହ ମିଟର ଅଞ୍ଚଳକୁ ସ୍ୱତନ୍ତ୍ର ଭାବେ ସୌନ୍ଦର୍ଯ୍ୟକରଣ ସହ ବିକଶିତ କରାଯାଇଥିଲା

କେନ୍ୟୁଜ୍(ବ୍ୟୁରୋ):  ଗ୍ଲୋବାଲ ମ୍ୟାପ୍‌ରେ ପୁରୀ ଗୋଲ୍ଡେନ୍‌ ବିଚ୍‌ । ପୁରୀ ସ୍ୱର୍ଣ୍ଣିମ ବେଳାଭୂମିକୁ ମିଳିଲା ମର୍ଯ୍ୟାଦାଜନକ ବ୍ଲୁ ଫ୍ଲାଗର ମାନ୍ୟତା । ବ୍ଲୁ ଫ୍ଲାଗ ମାନ୍ୟତା ପାଇଁ ପୁରୀ ବେଳାଭୂମି ୩୩ଟି ସର୍ତ୍ତ ପୂରଣ କରିଛିି । ଏଥିପାଇଁ ଗତ ଦେଢ଼ ବର୍ଷ ଧରି ବେଳାଭୂମିର ପ୍ରାୟ ୯ଶହ ମିଟର ଅଞ୍ଚଳକୁ ସ୍ୱତନ୍ତ୍ର ଭାବେ ସୌନ୍ଦର୍ଯ୍ୟକରଣ ସହ ବିକଶିତ କରାଯାଇଥିଲା । ଖର୍ଚ୍ଚ ହୋଇଛି ୮ କୋଟି ଟଙ୍କା । ପର୍ଯ୍ୟଟକଙ୍କ ପାଇଁ SAFE BATHING ZONE କରାଯାଇଥିବାବେଳେ ମୁତୟନ ହୋଇଛନ୍ତି ଲାଇଫ୍‌ ଗାର୍ଡ ।

blue flag`

ଜଗିଂ ଟ୍ରାକ, ୱାଚ ଟାୱାର ଓ ବସିବା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଜଗିଛି ସିସିଟିିଭି କ୍ୟାମେରା । ଏହାସହ ପାନୀୟ ଜଳ ବ୍ୟବସ୍ଥା, ବାଓ ଟଏଲେଟ୍‌, ଚିଲଡ୍ରେନ୍‌ ପାର୍କ ଓ ୱାଟର ଟାୱାର ନିର୍ମାଣ ହୋଇଛି। ବେଳାଭୂମିର ଭରପୁର ମଜା ନେଇପାରଛନ୍ତି ପର୍ଯ୍ୟଟକ । ପୁରୀ ଗୋଲ୍ଡେନ୍‌ ବିଚ୍‌ ‘ବ୍ଲୁ ଫ୍ଲାଗ୍‌’ମାନ୍ୟତା ପ୍ରସଙ୍ଗରେ ଇଣ୍ଟିଗ୍ରେଟେଡ କୋଷ୍ଟାଲ ଜୋନ ମ୍ୟାନେଜମଣ୍ଟ ପ୍ରୋଜେକ୍ଟର ପ୍ରକଳ୍ପ ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ କହିଛନ୍ତି, ଏହା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ । ପ୍ରଥମ ପ୍ରୟାସରେ ମିଳିଛି ‘ବ୍ଲୁ ଫ୍ଲାଗ୍‌’ ମାନ୍ୟତା । ବେଳାଭୂମି ସୁରକ୍ଷା, ପରିବେଶ ଆଦି ୩୩ଟି ମାନଦଣ୍ଡ ଆଧାରରେ ମାନ୍ୟତା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.