Below header

ଭୁବନେଶ୍ୱର: ପଟିଆ ପିଏନବି ଏଟିଏମରୁ ଗ୍ୟାସ କଟରରେ କାଟି ୨୭ ଲକ୍ଷ ୮୪ ହଜାର ଟଙ୍କା ଲୁଟିନେଲେ ଲୁଟେରା

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରରେ  ପୁଣି  ମାତିଲେ ଏଟିଏମ ଲୁଟେରା। ଇନଫୋସିଟି ଥାନା  ଅଧିନସ୍ଥ ପଟିଆ ଷ୍ଟେସନ ରୋଡ୍‌ରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(PNB) ଏଟିଏମ୍‌ରୁ ଲକ୍ଷାଧିକ ଟଙ୍କା ଲୁଟିନେଲା  ଲୁଟେରା । ଏଟିଏମ ମେସିନ ଭିତରେ ଥିବା  ୨୭ ଲକ୍ଷ ୮୪ ହଜାର ଟଙ୍କା ଲୁଟ୍‌ ହୋଇଥିବା ଜଣାପଡ଼ିଛି । ଗ୍ୟାସ୍‌ କଟରରେ କାଟି ଏହି ଟଙ୍କା ସବୁ    ଦୁର୍ବୃତ୍ତମାନେ ଲୁଟ କରିଛନ୍ତି । ଏନେଇ ଇନ୍‌ଫୋସିଟି ଥାନାରେ ଏତଲା ଦିଆଯାଇଛି।

atm lootera

ମିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗ୍ୟାସ୍‌ କଟରରେ ଏଟିଏମର ମେସିନକୁ କାଟି  ସେଥିରେ ଥିବା  ୨୮ ଲକ୍ଷ ଟଙ୍କା ଲୁଟି ନେଇ‌ଥିବା ଅଭିଯୋଗ ହୋଇଛି। ଏ ନେଇ ATM ମେଣ୍ଟେନାନ୍ସ ଦାୟିତ୍ୱରେ ଥିବା କର୍ମଚାରୀ ଇନଫୋସିଟି ଥାନାରେ ଆଜି ଅଭିଯୋଗ କରିଛନ୍ତି।

fir atm loot

ଘଟଣାସ୍ଥଳରେ ଇନଫୋସିଟି ପୋଲିସ୍‌ ପହଞ୍ଚି ତଦନ୍ତ  ଆରମ୍ଭ କରିଛି। କୁହାଯାଉଛି କି ଏଟିଏମର  ସିସିଟିଭି ଅଚଳ ଥିଲା । ତେଣୁ ଆଖପାଖର ସିସିଟିଭି  ଫୁଟେଜରୁ ପୋଲିସ ଅନୁଧ୍ୟାନ କରିବ ବୋଲି ଜଣା  ପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.