ଗ୍ରାସୀମ ଇଣ୍ଡଷ୍ଟ୍ରିରେ ଷ୍ଟିମ୍ ପାଇପ ଲାଇନ ଫାଟିବା ଘଟଣା,ମୃତ୍ୟୁ ସଂଖ୍ୟା ଦୁଇରେ ପହଞ୍ଚିଲା

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ ଇଣ୍ଡଷ୍ଟ୍ରିଜରେ ଗତ ମଙ୍ଗଳବାର ଦିନ ଷ୍ଟିମ ପାଇପ ଲାଇନ ଫାଟି ଚାରିଜଣ ଗୁରୁତର ହେବା ଘଟଣାରେ ଆଜି ସକାଳେ ଯୁବ ଇଞ୍ଜିନିୟର ଅଭିଷେକ ପାଳ ଆଖି ବୁଜିଛନ୍ତି । ସେ ପାଞ୍ଚଦିନ ଧରି ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ସକାଳୁ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ଯାହାକୁ ନେଇ ଇଣ୍ଡଷ୍ଟ୍ରି ପରିସରରେ ଶୋକର ଛାୟା ଖେଳିଯାଇଛି ।

grassim

ମୃତ ଅଭିଷେକଙ୍କ ଘର କଟକରେ ବୋଲି ଜଣାପଡିଛି । ପୂର୍ବରୁ ଗତ ଶୁକ୍ରବାର ଦିନ ହେଲପର ଶଙ୍କର ରାଉଳଙ୍କ ମଧ୍ୟ ଚିକିତ୍ସାଧିନ ଅବସ୍ଥାରେ ଭୁବନେଶ୍ୱରରେ ମୃତ୍ୟୁ ଘଟିଥିଲା । ଏହି ଦୁର୍ଘଟଣାରେ ମୋଟ ଚାରି ଜଣ ଗୁରୁତର ଆହାତ ହୋଇଥିବା ବେଳେ ବର୍ତ୍ତମାନ ଆଉ ଦୁଇ ଜଣ ଶ୍ରମିକ ଚିକିତ୍ସାଧୀନ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.