Below header

କରୋନା କାଳରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ୧୯ରୁ ଖୋଲିବ ୯ମରୁ ଦ୍ୱାଦଶ ଯାଏଁ ସ୍କୁଲ

ଅକ୍ଟୋବର ୧୯ରୁ ଖୋଲିବ ସ୍କୁଲ। ସବୁ ଶ୍ରେଣୀ ପାଇଁ ନୁହେଁ କେବଳ ୯ମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଯୋଜନା କରୁଛନ୍ତି ଯୋଗୀ ସରକାର। କୋଭିଡ୍‌ ଯୋଗୁ ଦୀର୍ଘ ୬ ମାସ ଧରି ବନ୍ଦ ଥିବା ଉତ୍ତର ପ୍ରଦେଶର ମାଧ୍ୟମିକ ସ୍କୁଲ ଖୋଲିବାକୁ ସରକାର ଯୋଜନା କରୁଛନ୍ତି। ପିଲାଙ୍କ ପଢ଼ାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

ଏନେଇ ଉପମୁଖ୍ୟମନ୍ତ୍ରୀ ଡାକ୍ତର ଦିନେଶ ଶର୍ମା କହିଛନ୍ତି ପ୍ରଥମ ପର୍ଯ୍ୟାୟରେ ୯ରୁ ୧୦ମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ କ୍ଲାସ ଆରମ୍ଭ ହେବ। ତେବେ ଶ୍ରେଣୀରେ ସାମାଜିକ ଦୂରତ୍ୱ ଓ ମାସ୍କର ବ୍ୟବହାରକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଶର୍ମା କହିଛନ୍ତି। ସମ୍ପୂର୍ଣ୍ଣ କୋଭିଡ୍‌ ନିୟମ ପାଳନ କରି କ୍ଲାସ ଆରମ୍ଭ ହେବ। ତେବେ ବିଦ୍ୟାର୍ଥୀଙ୍କ ମାତା ପିତା ଓ ଅଭିଭାବକଙ୍କ ଲିଖିତ ସହମତି ପରେ ହିଁ ପଢ଼ା ପାଇଁ ପିଲାଙ୍କୁ ଡକାଯିବ। କାରଣ ପାଠ ଓ ଜୀବନ ଉଭୟ ମୂଲ୍ୟବାନ ବୋଲି ସେ କହିଛନ୍ତି।

yogi

ଉପମୁଖ୍ୟମନ୍ତ୍ରୀ କହିଛନ୍ତି ବିଦ୍ୟାଳୟରେ ସାନିଟାଇଜର, ହ୍ୟାଣ୍ଡଓ୍ଵାଶ୍‌, ଥର୍ମାଲ ସ୍କ୍ରିନିଂ ଓ ପ୍ରାଥମିକ ଉପଚାରର ସୁବ୍ୟବସ୍ଥା କରାଯିବ। ଯଦି କୌଣସି ଛାତ୍ରଛାତ୍ରୀ କିମ୍ବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ନିକଟରେ ଜ୍ୱରଥଣ୍ଡାର ଲକ୍ଷଣ ପ୍ରକାଶ ପାଇବ ତେବେ ପ୍ରାଥମିକ ଉପଚାର ପରେ ତୁରନ୍ତ ତାଙ୍କୁ ଘରକୁ ପଠାଇ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.