Below header

ଅସ୍ୱାସ୍ଥ୍ୟକର ପରିବେଶରେ ହେଉଛି ଗୁପଚୁପ୍‌ ପ୍ରସ୍ତୁତି, ବେପାରୀଙ୍କ ଘରେ ସିଏମସିର ଅଚାନକ ରେଡ୍‌

କଟକ(କେନ୍ୟୁଜ୍‌): ଅସ୍ୱାସ୍ଥ୍ୟକର ପରିବେଶରେ ଗୁପଚୁପ୍‌ ପ୍ରସ୍ତୁତି ଅଭିଯୋଗ । ଅଚାନକ ରେଡ୍‌ କଲା କଟକ ମହାନଗର ନିଗମ । କଟକ ସହରରର ବିଭିନ୍ନ ଗୁପଚୁପ୍‌ ବେପାରୀଙ୍କ ଘରେ ସିଏମସି ଟିମ୍‌ ଚଢ଼ାଉ କରିଛି । ନାକେଇପଡ଼ିଆରେ ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରରେ ସିଏମସି ଅଚାନକ ରେଡ୍‌ କରିଛି । ଏଭଳି ଅସ୍ୱାସ୍ଥ୍ୟକର ପରିବେଶରେ କଟକ ସହରର ଅନେକ ସ୍ଥାନରେ ତିଆରି ହେଉଛି ଗୁପଚୁପ୍‌ । ସେସବୁ ସ୍ଥାନରେ ମଧ୍ୟ ଚଢ଼ାଉ କରାଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.