କାଳ ସାଜିଲା କାଳବୈଶାଖୀ: ମାଟିରେ ମିଶିଲା ଆଜବେଷ୍ଟସ୍‌ ଘର, ଭାଙ୍ଗିଗଲା ବହୁ ମୂଲ୍ୟବାନ ଗଛ

ଉଦଳା(କେନ୍ୟୁଜ୍‌): କାଳ ସାଜିଲା କାଳବୈଶାଖୀ । ରାତିରେ ହଠାତ୍‌ ମାଡ଼ି ଆସିଲା ପ୍ରବଳ ବେଗର ପବନ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳରେ ତାଣ୍ଡବ ରଚିଛି କାଳବୈଶାଖୀ । ଲୋକଙ୍କ ଘରଦ୍ୱାର ଭାଙ୍ଗିଛି । ମାଟିରେ ଶୋଇ ଯାଇଛି ଆଜବେଷ୍ଟସ୍‌ ଘର । ବହୁ ଲୋକଙ୍କର ଚାଳ ଛପର ଉଡ଼ିଯାଇଛି । ବହୁ ବଡ଼ ବଡ଼ ଗଛ ଭାଙ୍ଗିବା ସହ ଉପୁଡିଯାଇଛି ।

ଗତକାଲି ରାତିରେ କପ୍ତିପଦା ବ୍ଲକ ବଡ଼ଶାଳ ଗାଁରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି କରିଛି । ବହୁ ମୂଲ୍ୟବାନ ଗଛ ଭାଙ୍ଗି ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.