ପୁଣି ରେଡ ହଟ୍‌ ଡ୍ରେସ ପିନ୍ଧି ସାମ୍ନାକୁ ଆସିଲେ ଉର୍ଫି ଜାଭେଦ, ଫଟୋ ଭାଇରଲ

ନିଜ ଡ୍ରେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଉର୍ଫି ଜାଭେଦ। ଅତରଙ୍ଗୀ ଡ୍ରେସ ପିନ୍ଧି କ୍ୟାମେରା ସାମ୍ନାକୁ ଆସନ୍ତି। ସବୁବେଳେ ନିଜ ଅତରଙ୍ଗୀ ଡ୍ରେସକୁ ନେଇ ଚର୍ଚ୍ଚାରେ ଥାନ୍ତି। ପ୍ଲାଷ୍ଟିକ, ଜଞ୍ଜିର, ସେଫ୍ଟିପିନ୍‌ ଠାରୁ ଆରମ୍ଭ କରି ବିଭିନ୍ନ ଜିନିଷରେ ଡ୍ରେସ ତିଆରି କରି ପିନ୍ଧୁଛନ୍ତି। କିନ୍ତୁ ଏଥର ଯେଉଁ ଡ୍ରେସ ପିନ୍ଧି ସାମ୍ନାକୁ ଆସିଛନ୍ତି, ତାହା ବିଷୟରେ ଆପଣ କେବେ ବି କଳ୍ପନା କରିନଥିବେ।

ରେଡ କଲରର ହଟ୍‌ ଡ୍ରେସ ପିନ୍ଧି ଲଟେଷ୍ଟ ଫଟୋ ଅପଲୋଡ କରିଛନ୍ତି ଉର୍ଫି। ଯାହା ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଉର୍ଫି ଜାଭେଦଙ୍କ ଫଟୋ ପାପାରାଜି କ୍ଲିକ୍‌ କରିଛନ୍ତି। ଆଉ ଏହି ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ମଧ୍ୟ ଆସୁଛି। ଉର୍ଫି ଜାଭେଦଙ୍କ ହଟ୍‌ନେସର ଅନ୍ଦାଜ ଏହି ବୋଲ୍ଡ ଫଷଟା ଦେଖି ଆପଣ ନିଶ୍ଚିତ ଜାଣିପାରିବେ।

 

View this post on Instagram

 

A post shared by Viral Bhayani (@viralbhayani)

ଓଟିଟି ବିଗବସ୍‌ ସିଜିନ ୧ରେ ମଡେଲ ଉର୍ଫି ଜାଭେଦ ପ୍ରତିଯୋଗୀ ଭାବେ ଏଣ୍ଟ୍ରି କରିଥିଲେ। କିନ୍ତୁ ଏହି ଶୋରେ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠିପାରିନଥିଲେ ଉର୍ଫି। ୨୪ ବର୍ଷୀୟ ଉର୍ଫି ନିଜର ଅତରଙ୍ଗୀ ଫ୍ୟାଶନ ସେନ୍ସ ପାଇଁ ଟ୍ରୋଲର ଶିକାର ହୁଅନ୍ତି। ଇନଷ୍ଟାଗ୍ରାମରେ ଉର୍ଫିଙ୍କ ଫଲୋୟର୍ସ ସଂଖ୍ୟା ୩.୧ ମିଲିଅନ ରହିଛନ୍ତି।

ନିକଟରେ ଉର୍ଫି କାଚ ଖଣ୍ଡରେ ପ୍ରସ୍ତୁତ ଡ୍ରେସ ପିନ୍ଧିଥିବା ନଜର ଆସିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ କାଚ ଖଣ୍ଡରେ ତିଆରି ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି । ନିକଟରେ ଇର୍ଫିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ୩ ମିଲିୟନ ଫଲୋଅର୍ସ ହୋଇଛନ୍ତି, ଖାସ୍‌ ଏଥିପାଇଁ ଉର୍ଫି ପାର୍ଟିର ଆୟୋଜନ କରିଥିଲେ। ଆଉ ଏହି ପାର୍ଟିରେ ଉର୍ଫି ଡ୍ୱାଇଟ ଡିଜାଇନ୍ ବ୍ରାଲେଟ ସହ ହ୍ୱାଇଟ୍ ମିନି ସ୍କର୍ଟ ପିନ୍ଧିଥିଲେ । କାଚ ଖଣ୍ଡରେ ପ୍ରସ୍ତୁତ ମିନି ଡ୍ରେସକୁ ଉପରେ ପକାଇଥିଲେ ଉର୍ଫି ।

 

View this post on Instagram

 

A post shared by Uorfi (@urf7i)

ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହି କାଚ ଡ୍ରେସର ଓଜନ ରହିଥିଲା ୨୦ କେଜି। ଯାହାକୁ ଦେହରେ ପିନ୍ଧି ମେଣ୍ଟେନ କରିବା ବହୁତ କଷ୍ଟକର କାମ। ଏପରି ଡ୍ରେସ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ଏଥିରେ ଆହତ ହେବାର ସମ୍ଭାବନା ଥିବାରୁ କେତେ ଲୋକ ଚିନ୍ତା ପ୍ରକାଶ କରିଥିଲେ । ଅନ୍ୟପଟେ କିଛି ଲୋକ ଏହାକୁ ନେଇ ଟ୍ରୋଲ କରିଥିଲେ ।