ଜମ୍ମୁର ଉଦମପୁରରେ ଓଲଟିଲା ବସ୍‌: ୨୫ ଆହତ, କିଛି ଗୁରୁତର

ଜମ୍ମୁର ଡୋଡା ଜିଲ୍ଲାରୁ ଆସୁଥିବା ଏକ ବସ୍ ଉଦମପୁରର ବଟ୍ଟଲ ବଲିଆ ଅଞ୍ଚଳରେ ଓଲଟି ପଡିଛି । ଫଳରେ୨୫ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତମାନଙ୍କ ମଧ୍ୟରୁ କେତେକଙ୍କୁ ଉଦାମପୁରର ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଅନ୍ୟ ୬ ଜଣଙ୍କୁ ଜମ୍ମୁ ସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ କିଛିଙ୍କର ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ଏହି ଦୁର୍ଘଟଣାର କାରଣ ବିଷୟରେ କୌଣସି ପ୍ରକାରର ସୂଚନା ମିଳି ନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି। ଘଟଣାକୁ କେନ୍ଦ୍ର କରି ପୋଲିସ ଅଧିକାରୀ କହିଛନ୍ତି ଯେ ନିଦ ଲାଗିଯାଇଥିବା କାରଣରୁ ଡ୍ରାଇଭର ବସ୍ ଉପରେ ନିୟନ୍ତ୍ରଣ ହରାଇଥାଇପାରେ, ଯେଉଁଥି ପାଇଁ ଦୁର୍ଘଟଣା ଘଟିଛି। ହେଲେ ବର୍ତ୍ତମାନ କିଛି ଆହତଙ୍କ ଅବସ୍ଥା ଗୁରୁତର ରହିଛି ବୋଲି କୁହାଯାଇଛି।

ସେହିପରି ହରିୟାଣାର ଜିନ୍ଦ ଜିଲ୍ଲାରେ ବ୍ରାହ୍ମଣବାସ ଗାଁ ନିକଟରେ ଏକ ସ୍କୁଲ ବସ୍‌ ଏବଂ ରୋଡେଓ୍ଵ ବସ୍‌ ମଧ୍ୟରେ ଟକ୍କର ହେବାକୁ ଯୋଗୁଁ ୧୩ ପିଲା ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.