Below header

ଥେରୁବାଲିରୁ ଗୁଣୁପୁରକୁ ଗଡ଼ିବ ଟ୍ରେନ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରତିଶ୍ରୁତି

କୋରାପୁଟ(କେନ୍ୟୁଜ୍):  କୋରାପୁଟରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବିଜେପି ଜନଆଶୀର୍ବାଦ ଯାତ୍ରାରେ କୋରାପୁଟରେ ପହଞ୍ଚିବା ପରେ ଦକ୍ଷତା ତାଲିମ କେନ୍ଦ୍ର ଠାରେ ତାଙ୍କୁ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଲୋକଙ୍କ ସମସ୍ୟା ସହ ଜଡ଼ିତ ହେବା ସହ ଆଶୀର୍ବାଦ ନେଇଛନ୍ତି। ଜିଲ୍ଲାର ବହୁ ଲୋକଙ୍କ ଠାରୁ ବିଭିନ୍ନ ଦାବି ସଂପର୍କରେ ଅବଗତ ହୋଇଛନ୍ତି କେନ୍ଦ୍ର ମନ୍ତ୍ରୀ।

ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି। ଜୟପୁର- ମାଲକାନଗିରି, ଜୟପୁର- ନବରଙ୍ଗପୁର ରେଳପଥ ନିର୍ମାଣ ଓ ରାୟଗଡ଼ା ଜିଲ୍ଲାର ଥେରୁବାଲି- ପଦ୍ମପୁର- ଗୁଣୁପୁର ରେଳପଥ ନିର୍ମାଣ ନେଇ ପଦକ୍ଷେପ ଗ୍ରହଣ କରାଯିବ। ଓଡ଼ିଶାରେ ରେଳପଥର ବିକାଶ ନେଇ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି। ଏହା ସହ ରାଜ୍ୟରେ ରେଳପଥ ଓ ରେଳ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.