ଝାରସୁଗୁଡ଼ା: କୋଇଲା ବୋଝେଇ ଟ୍ରକ ଚାପାରେ ଚାଲିଗଲା ଶିଶୁର ଜୀବନ,ଟ୍ରକରେ ନିଆଁ ଲଗାଇଦେଲେ ସ୍ଥାନୀୟ ଲୋକ

ଝାରସୁଗୁଡ଼ା(କେନ୍ୟୁଜ୍):  ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । କୋଇଲା ବୋଝେଇ ଟ୍ରକ ଚାପାରେ ଚାଲିଗଲା ଶିଶୁର ଜୀବନ । ଅନ୍ୟ ଦୁଇ ଜଣ ଗୁରୁତର ଅବସ୍ଥାରେ ବୁର୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୃତ ଶିଶୁ ଆକଣ୍ଟାର ୫ ବର୍ଷର ତୃଷା ଓରାମ ବୋଲି ଜଣାପଡିଛି । ଦୁର୍ଘଟଣା ପରେ ଟ୍ରକଟିକୁ ନିଆଁ ଲଗାଇଦେଇଛନ୍ତି ସ୍ଥାନୀୟ ଲୋକ ।

ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି SDPO ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ । ସେପଟେ ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବିଭାଗ । ଦୁଇ ଶିଶୁ ତୃଷା ଏବଂ ତନୁଶ୍ରୀଙ୍କୁ ନେଇ ଯାଉଥିବା ବେଳେ ବବଲୁ ଓରାମଙ୍କ ବାଇକକୁ କୋଇଲା ବୋଝେଇ ଟ୍ରକ ଧକା ଦେଇଥିଲା । ଏଥିରେ ତୃଷାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ବବଲୁ ଏବଂ ତନୁଶ୍ରୀ ଗୁରୁତର ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.