Below header

୨୫ରେ ବର୍ଷା , ଓଡ଼ିଶା ପାଇଁ ସତର୍କ ସୂଚନା ଜାରି

ଭୁବନେଶ୍ବର(କେନ୍ୟୁଜ୍) :  ଫେବୃଆରୀ ମାସରୁ ଅସହ୍ୟ ହେଲାଣି ତାତି। ସବୁଠି ତାପମାତ୍ରା ୩୫ ଡିଗ୍ରି ପାର୍‌ ହୋଇଛି। ଏପର୍ଯ୍ୟନ୍ତ ଶୀତ ସମ୍ପୂର୍ଣ୍ଣ ଛାଡ଼ି ନଥିବା ବେଳେ ତାପମାତ୍ରା ବୃଦ୍ଧିରେ ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ସାଧାରଣ ଲୋକେ। ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ରହିଥିଲା। ଭୁବନେଶ୍ବର ତାପମାତ୍ରା ବି ରେକର୍ଡ ଭାଙ୍ଗିଛି। ଏଠାରେ ଚଳିତବର୍ଷର ସର୍ବାଧିକ ତାପମାତ୍ରା ୩୬.୩ ଡିଗ୍ରି ରେକର୍ଡ ହୋଇଛି।

ଅନ୍ୟପକ୍ଷରେ ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଫଳରେ ୨୪ ଓ ୨୫ ତାରିଖରେ ଓଡ଼ିଶାରେ ବର୍ଷା ହେବାର ଆଶଙ୍କା ରହିଛି। ତେଣୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୨୫ ତାରିଖରେ ଓଡ଼ିଶା ପାଇଁ ସତର୍କ ସୂଚନା ଜାରି କରାଯାଇଛି। କେନ୍ଦୁଝର ସମେତ ଅନୁଗୁଳ, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା ଓ କଟକରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶା ସମେତ ଖୋଦ୍ଧର୍ଦ୍ଧା, ପୁରୀ, ନୟାଗଡ଼, କନ୍ଧମାଳ, ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ଆଶଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.