Below header

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ , ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା

ଭୁବନେଶ୍ବର(କେନ୍ୟୁଜ୍) : ଆଜି ବସୁଛି ରାଜ୍ୟ କ୍ୟାବିନେଟ୍‌ ବୈଠକ । ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଆଜିର କ୍ୟାବିନେଟ୍‌ ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇପାରେ। ବୈଠକରେ ପ୍ରାୟ ୧୦ରୁ ଅଧିକ ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସର୍ବାଧିକ ୮ଟି ପ୍ରସ୍ତାବ ଉପସ୍ଥାପିତ ହେବାର ସମ୍ଭାବନା ରହିଛି। ଏହାଛଡା ବୈଠକରେ ଆଲୋଚନା ପାଇଁ ଗୃହ, ସାଧାରଣ ପ୍ରଶାସନ, ମତ୍ସ୍ୟ ଓ ପଶୁସମ୍ପଦ ବିଭା, ଜଳସମ୍ପଦ ଏବଂ ଗଣଶିକ୍ଷା ବିଭାଗର ପ୍ରସ୍ତାବ ରହିଥିବା ସୂଚନା ମିଳିଛି। କାଳିଆ ଛାତ୍ରବୃତ୍ତି ଯୋଜନା ସମ୍ପର୍କିତ ପ୍ରସ୍ତାବ ଉପରେ ମଧ୍ୟ ବାଜିପାରେ ମୋହର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.