ଶ୍ରୀମନ୍ଦିର ସଂସ୍କାର ଚିନ୍ତା , ଆଜିଠୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ନୂଆ ଆମିକସ କ୍ୟୁରୀ ରଞ୍ଜିତ କୁମାର

ପୁରୀ(କେନ୍ୟୁଜ୍) : ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆମିକସ୍‌ କ୍ୟୁରି । ଆସନ୍ତାକାଲି ପୁରୀ ଯାଇ ଶ୍ରୀମନ୍ଦିର ସଂସ୍କାର ମାମଲାରେ ଜିଲ୍ଲା ଜଜ, ମନ୍ଦିର ପ୍ରଶାସନ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ। ସମସ୍ତ ପକ୍ଷଙ୍କ ସହ ଆଲୋଚନା କିର ରିପୋର୍ଟ ପ୍ରସ୍ତୁତ କରିବେ। ୨୭ରେ ସମସ୍ତ ରିପୋର୍ଟ ପ୍ରଦାନ କରାଯିବ। ଏହାପରେ ସୁପ୍ରିମକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି କରିବେ। ଶ୍ରୀମନ୍ଦିର ସଂସ୍କାର ସଂପର୍କରେ ବିଭିନ୍ନ ସଂଗଠନ, ସେବାୟତ ଓ ଅନ୍ୟମାନଙ୍କ ସହ ଆଲୋଚନା କରିବାକୁ ପୂର୍ବତନ ସିଲିସିଟର ଜେନେରାଲ ରଞ୍ଜିତ କୁମାରଙ୍କୁ ସୁପ୍ରିମକୋର୍ଟ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି। । ପୂର୍ବରୁ ଆମିକସ କ୍ୟୁରିଙ୍କ ସହଯୋଗୀ ପ୍ରିୟା ହିଙ୍ଗୁରାନୀ ପୁରୀ ଆସି ପ୍ରଶାସକ ଓ ସେବକଙ୍କ ସହ ଆଲୋଚନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.