ମନରେ ବାଘ ଆତଙ୍କର ଭୟ, ଧର ଧର କହି ଦୌଡିଲେ ଗାଁ ଲୋକେ

ସୋର (କେନ୍ୟୁଜ) : ଧର ଧର କହି ଦୌଡିଲେ ଗାଁ ଲୋକେ । ବାଘକୁ ଖୋଜିବାକୁ ଦଉଡୁଛନ୍ତି ଲୋକେ । ମନରେ ବାଘ ଆତଙ୍କର ଭୟ । ତଥାପି ନିଜ ପରିବାର ଓ ଗାଁ ଲୋକଙ୍କ ସୁରକ୍ଷା ପାଇଁ ଖୋଜା ପଡିଛି ବାଘର । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଗାଁ ଲୋକେ ବଣରେ ବାଘକୁ ଖୋଜୁଛନ୍ତି କିନ୍ତୁ ଚାଲାକ ବାଘ ଆସି ଗାଁରେ ଜଣେ ମହିଳା ଓ ତାଙ୍କ ପୁଅକୁ ଆକ୍ରମଣ କରି ଚାଲିଗଲା । କିଏ ଏମିତି ମାଡି ବସି ଆକ୍ରମଣ କରୁଛି ଦେଖିଲା ବେଳକୁ ଛୁ ମାରିଥିଲା । ଘରର ଲୋକେ ଆସି ଦେଖିଲାବେଳକୁ ଭାଡି ବାଟ ଦେଇ ଚାଲିଗଲା ଜନ୍ତୁଟି । ଭଲଭାବେ ଦେଖିନଥିଲେ ସୁଦ୍ଧା ତାର ଲାଞ୍ଜ ଓ ତାର ଚିତ୍ରା ବିଚିତ୍ରା ଶରୀରରକୁ ଦେଖିଛନ୍ତି । ଯାହାପରେ ବାଘ ବୋଲି କହି ଲୋକେ ହୁରି ପକାଇ ଖୋଜିବାରେ ଲାଗିଛନ୍ତି ।

ବାଲେଶ୍ଵର ଜିଲ୍ଲା ଖଇରା ଅଞ୍ଚଳରେ ଦେଖାଯାଇଛି ବାଘର ଆତଙ୍କ । ବାଘ ଆତଙ୍କରେ ୪ ଜଣ ଗୁରୁତର ଅବସ୍ଥାରେ ଆହାତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଖଇରା ଅଞ୍ଚଳରେ ଏବେ କୋକୁଆ ଭୟ । ଳୋକଙ୍କ ମନରେ ଏବେ ଭର୍ତ୍ତି ହେଇକି ରହିଛି ବାଘର ଭୟ । ଆଜି ଅପରାହ୍ନ ସମୟରେ ଖଇରା ବଜାର ନିକଟସ୍ଥ ଗଡ଼ ଗାଁରେ ଏକ କଲରା ପତରିଆ ବାଘର ଆକ୍ରମଣରେ ଜଣେ ମହିଳାଙ୍କ ସମେତ ୩ ଜଣ ପୁରୁଷ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ମହିଳା ଜଣକ ହେଲେ ଗାଁର ଗଣନାଥ ନାୟକଙ୍କ ପତ୍ନୀ ସତ୍ୟଭାମା ନାୟକ ତାଙ୍କ ବୟସ ୫୦ ବର୍ଷ । ଯାହାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଖଇରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଛି ।

ତେବେ ଯାହା ଖବର ରହିଛି ଆକ୍ରମଣର ଶିକାର ହୋଇଥିବା ସତ୍ୟଭାମା ନିଜ ପୁଅ ଓ ସ୍ୱାମୀଙ୍କ ସହ ଘର ନିକଟସ୍ଥ ବାଡ଼ିରେ କାମ କରୁଥିବା ସମୟରେ ବାଘଟି ପ୍ରଥମେ ତାଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣ ପରେ ସେଚିତ୍କାର କରିବାରୁ ନିକଟରେ ଥିବା ତାଙ୍କ ପୁଅ ଓ ସ୍ୱାମୀ ପାଟି କରି ତାଙ୍କ ନିକଟକୁ ଯାଇଥିଲେ। ଏହି ସମୟରେ ବାଘଟି ସେଠାରୁ ଗର୍ଜନ କରି ଗାଁ ଭିତରକୁ ପଳାଇଥିଲା । ପରେ ଗ୍ରାମବାସୀ ଏକତ୍ର ହୋଇ ବାଘଟିକୁ ଗୋଡ଼ାଇବାକୁ ପ୍ରୟାଶ କରିବାରୁ ବାଘଟି କେଉଁଠାରେ ଲୁଚି ଯାଇଥିଲା। ପରେ କୁପାରୀ ବନ ବିଭାଗର କର୍ମଚାରୀ ପହଂଚି ଗ୍ରାମବାସୀଙ୍କ ସହ ମିଶି ନିକଟରେ ଥିବା ଏକ ବଣରେ ବାଘକୁ ଖୋଜୁ ଥିଲେ।

କିନ୍ତୁ ଏହି ସମୟରେ ବାଘଟିଟି ପୁନର୍ବାର ସତ୍ୟଭାମାଙ୍କ ଘରକୁ ଆସି ତାଙ୍କ ପୁଅ ରାଧାକାନ୍ତ ନାୟକକୁ ଆକ୍ରମଣ କରିବା ସହ ସେଠାରେ ଉପସ୍ଥିତ ଥିବା ଟଙ୍କରଧର କେସି ଓ ରାଧାକାନ୍ତ ନାୟକଙ୍କ ଉପରକୁ ଆକ୍ରମଣ କରି ପୁନର୍ବାର କୌଣସି ବୁଦାମୂଳରେ ଲୁଚି ଯାଇଛି। ଏବେ ଗାଁରେ ଭୟ ଓ ଆତଙ୍କ ଖେଳି ଥିବାବେଳେ ବାଘକୁ ଧରିବା ଲାଗି ଉଭୟ ଗ୍ରାମବାସୀ ଓ ବନ କର୍ମଚାରୀ ଜୋରଦାର ପ୍ରୟାସ ଚଳାଇଛନ୍ତି । ଆକ୍ରମଣ କରୁଥିବା ଜନ୍ତୁଟି ବାଘ ନା ଅନ୍ୟ କିଛି ତାହା ଜଣାପଡିନାହିଁ ।

Leave A Reply

Your email address will not be published.